ଛତିଶଗଡର ବସ୍ତରରେ ଏପ୍ରିଲ ୧୧ରେ ଭୋଟଗ୍ରହଣ
ଛତିଶଗଡର କେବଳ ଗୋଟିଏ ଲୋକସଭା ନିର୍ବାଚନମଣ୍ଡଳୀ ବସ୍ତରରେ ୨୦୧୯ ଏପ୍ରିଲ ୧୧ରେ ଭୋଟଗ୍ରହଣ ହେବ । ବସ୍ତର ନିର୍ବାଚନମଣ୍ଡଳୀ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ଏବଂ ଏହି ନିର୍ବାଚନମଣ୍ଡଳୀର ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୧୩,୭୭,୯୪୬ । ଏଥିମଧ୍ୟରୁ ୬,୬୨, ୩୫୫ ହେଉଛନ୍ତି ପୁରୁଷ ଭୋଟର, ୭,୧୫, ୫୫୦ ହେଉଛନ୍ତି ମହିଳା ଭୋଟର ଏବଂ ଅନ୍ୟ ଭୋଟରମାନଙ୍କ ସଂଖ୍ୟା ୪୧ । ମୋଟ ୧, ୮୭୮ଟି ପୋଲିଂ ବୁଥରେ ଭୋଟ ଗ୍ରହଣ କରାଯିବ । ବସ୍ତର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରହିଛି ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ବିଭିନ୍ନ ବିଧାନସଭା ମଣ୍ଡଳୀମାନଙ୍କରେ ଭୋଟ ପାଇଁ କାର୍ଯ୍ୟ ନିର୍ଘଂଟ ନିର୍ବାଚନ କମିଶନଙ୍କ ଦ୍ୱାରା ସ୍ଥିର କରାଯାଇଛି । କୋଣ୍ଡଗାଁ, ଚିତ୍ରକୋଟ, ବସ୍ତର ଓ ଜଗଦଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ଏବଂ ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଂଟା ଆଦି ବିଧାନସଭା ନିର୍ବାଚନମଣ୍ଡଳୀ ଗୁଡ଼ିକରେ ସୁରକ୍ଷା କାରଣରୁ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।