ଛତିଶଗଡ଼ର ୧୮ ପ୍ରଶିକ୍ଷକ ଅଧିକାରୀଙ୍କ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗ୍ରାମୀଣ ବିକାଶ କ୍ଷେତ୍ରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳିକାଟୁ ବ୍ଲକ ଏବେ ରାଜ୍ୟ ତଥା ପଡୋଶୀ ରାଜ୍ୟ ସରକାରଙ୍କ ପାଇଁ ଏକ ଉଦାହରଣ ପାଲଟିଛି।ବିଶେଷତଃ ଗ୍ରାମାଞ୍ଚଳ ଗୁଡିକରେ ବିକଶିତ ହୋଇଥିବା ବିଭିନ୍ନ ଜନ ହିତକର ପ୍ରକଳ୍ପର ସଫଳ ରୂପାୟନ ଏବଂ ଏହାର ଉପଯୋଗୀତା ବିଷୟରେ ଅଧିକ ଅନୁଧ୍ୟାନ ପାଇଁ ବହୁ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଉଚ୍ଚପଦସ୍ଥ ପ୍ରଶାସନିକ ସେବା ଅଧିକାରୀଙ୍କ ସହ ୩ ଜିଲ୍ଲାର ୪୨ ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଗତ ଦିନରେ ହିଞ୍ଜିଳିକାଟୁ ବ୍ଲକ ପରିଦର୍ଶନ କରିଛନ୍ତି।ବିକଶିତ ହୋଇଥିବା ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଭୁୟସୀ ପ୍ରଶଂସା ମଧ୍ୟ କରିଛନ୍ତି।ଏହି କ୍ରମରେ ମଙ୍ଗଳବାର ପଡୋଶୀ ଛତିଶଗଡ଼ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ଗ୍ରାମୀଣ ଉନ୍ନୟନ ବିଭାଗର ୧୮ ଜଣ ପ୍ରଶିକ୍ଷକ ଅଧିକାରୀ ଦଳ ହିଞ୍ଜିଳିକାଟୁ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକୁ ପରିଦର୍ଶନ ଓ ଅନୁଧ୍ୟାନ କରି ଫେରିଛନ୍ତି।ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ନେତୃତ୍ୱରେ ଅଧିକାରୀଗଣ ପ୍ରଥମେ ଶାସନ ଆମ୍ବଗାଁ ପଞ୍ଚାୟତରେ ପହଞ୍ଚି ଥିଲେ।ସେଠାରେ ବିକଶିତ ହୋଇଥିବା ବହୁ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ।ସେଠାରୁ ଫେରି ସାରୁ ପଞ୍ଚାୟତରେ ବିକଶିତ ହୋଇଥିବା ବହୁ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଥିଲେ।ଗ୍ରାମୀଣ ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର କାର୍ଯ୍ୟଧାର ସମ୍ପର୍କରେ ଅବଗତ ହୋଇ ପ୍ରଶିକ୍ଷକ ଅଧିକାରୀ ଦଳ ସନ୍ତୋଷ ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଦନାର୍ଦନ ସେଠୀ ଓ ନୀଳାଞ୍ଚଳ ସାହୁ,ପିଇଓ ବାସୁଦେବ ବେହେରା ଓ ବୈଷ୍ଣବ ମଣ୍ଡଳ,କମ୍ପ୍ୟୁଟର ପ୍ରୋଗ୍ରାମର ଦଣ୍ଡପାଣି ଦାଶ,ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ,ଗ୍ରାମ୍ୟ କୃଷି କର୍ମଚାରୀ ରାଧାରାଣୀ ସୁବୁଦ୍ଧି,ବହୁ ଅଙ୍ଗନବାଡି ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।


