ଛତିଶଗଡ଼ ଡିଆରଜି ଯବାନଙ୍କ ଏନକାଉଣ୍ଟରରେ ଟପ ମାଓନେତ୍ରୀ
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା ।ଡି ଆର ଜି ଓ ବସ୍ତର ଫାଇଟର୍ସ ର ଜବାନ ମାନେ ଏନକାଣ୍ଟରରେ ଆଜି ଜଣେ ଟପ୍ ମାଓନେତ୍ରୀଙ୍କ ମୁଣ୍ଡ ଗଡାଇଛନ୍ତି । ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟିର ସେକ୍ରେଟାରୀ ଗୁମ୍ମାଡିଭେଲି ରେଣୁକା ଓରଫ ଭାନୁ ଓରଫ ଚୈତେ ଓରଫ ସରସ୍ୱତୀ ଓରଫ ଦମୟନ୍ତୀଙ୍କୁ ମାରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ । ତେଲେଙ୍ଗାନା କେଡର ମାଓ ନେତ୍ରୀ ରେଣୁକାଙ୍କ ମୁଣ୍ଡ ଉପରେ ଥିଲା ୪୫ ଲକ୍ଷ ଟଙ୍କାର ପୁରସ୍କାର । ଛତିଶଗଡ ସରକାର ୨୫ ଲକ୍ଷ ଟଙ୍କା ଘୋଷଣା କରିଥିବା ବେଳେ ତେଲେଙ୍ଗାନା ସରକାର ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଦନ୍ତେୱାଡା ବିଜାପୁର ସୀମାନ୍ତ ନେଲଗୋଡା ଓ ଇକେଲି ଗ୍ରାମ ମଧ୍ୟରେ ଥିବା ପାହାଡ଼ ଉପରେ ଏନକାଉଣ୍ଟର ହୋଇଥିଲା । ଘଟଣା ସ୍ଥଳରୁ ଗୋଟିଏ ଇନସାସ ରାଇଫଲ, ଅଫୁଟା ଗୁଳି, ବିସ୍ଫୋରକ ସାମଗ୍ରୀ, ଲାପଟପ୍, ନକ୍ସଲ ପ୍ରଚାର ପତ୍ର ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ ହୋଇଛି । ମୃତ ମହିଳା ମାଓବାଦୀଙ୍କ ନିଜ ଘର ତେଲେଙ୍ଗାନାର ୱାରେଙ୍ଗଲ ଜିଲ୍ଲାରେ ହୋଇଥିବା ବେଳେ ୧୯୯୬ ମସିହାରେ ନକ୍ସଲ ସଂଗଠନରେ ଯୋଗ ଦେଇଥିଲେ । ୨୦୦୩ ମସିହାରେ ଡିଭିସିମ ପଦବୀକୁ ପଦୋନ୍ନତି ପାଇଥିଲେ । ୨୦୦୬ ମସିହାରେ ଦକ୍ଷିଣ ବସ୍ତରରେ ସିସିଏମ ଦୁଲ୍ଲା ଦାଦା ଓରଫ ଆନନ୍ଦଙ୍କ ସହିତ କାମ କରୁଥିଲେ । ୨୦୧୩ ମସିହାରେ ଅବୁଜମାଡ ଅଞ୍ଚଳକୁ ଆସି ଏସଜେଡସିଏମ ରାମାନ୍ନାଙ୍କ ସହିତ କାମ କରୁଥିଲେ ହେଲେ ରାମାନ୍ନାଙ୍କ କରୋନାରେ ମୃତ୍ୟୁ ହେବା ପରେ 2020 ମସିହାରେ କେନ୍ଦ୍ରୀୟ ଆଞ୍ଚଳିକ ବ୍ୟୁରୋ ବା ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟି ସିଆରବିର ଇନଚାର୍ଜ କରାଯାଇଥିଲା । ୨୦୦୫ ମସିହାରେ କେନ୍ଦ୍ରୀୟ କମିଟି ସଦସ୍ୟ ଶଙ୍କାମୁରୀ ଆପାରାଓ ଓରଫ ରବିଙ୍କୁ ବିବାହ କରିଥିଲେ ଯିଏ ୨୦୧୦ ନାଲ୍ଲାମାଲା ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଦୀର୍ଘ ବର୍ଷ ଧରି ମାଓ ସଂଗଠନରେ ବଡ ବଡ ପଦବିରେ ରହିବା ପରେ ଆଜି ଏନକାଣ୍ଟର ରେ ମୃତ୍ୟୁ ହୋଇଛି । ଯାହା ଲାଲ୍ ବାହିନୀ କୁ ଶକ୍ତ ଧକ୍କା ଲାଗିଛି । ସୁରକ୍ଷା କର୍ମୀଙ୍କ ଏତେ ବଡ ସଫଳତା ପରେ ବସ୍ତର ଡିଆଇଜି କୋମଳ ଲୋଚନ କାଶ୍ୟବ ସୁଚନା ଦେଇଛନ୍ତି ନିଜେ ଜଙ୍ଗଲ ଭିତରେ ଯାଇ ଜବାନଙ୍କ ସହ ହାତ ମିଶାଇ ଅଭିନନ୍ଦନ ଜଣାଇଛନ୍ତି ।