ଛତିଶଗଡ କ୍ୟାଡରର ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଗୁରୁବାର ଫୁଲବାଣୀ ଗସ୍ତରେ ଆସିଥିବା ବେଳେ ତାଙ୍କ ଉପସ୍ଥିତିରେ ଦୁଇ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଉଛନ୍ତି ଏରିଆ କମାଣ୍ଡର ରଞ୍ଜିତ ନେତାମ ଓ ଉଗା ପୋୟାମ। ଉଭୟେ ଛତିଶଗଡ କ୍ୟାଡରର ମାଓବାଦୀ ବୋଲି କୁହାଯାଇଛି। ଏମାନେ କେକେବିଏନ ସଂଗଠନର ସଦସ୍ୟ ଥିଲେ। ସେମାନେ ୨୦୧୭ ମସିହାରୁ ସିପିଆଇ(ମାଓବାଦୀ) ସଂଗଠନରେ କାର୍ଯ୍ୟ କରୁଥିଲେ ଏବଂ ଛତିଶଗଡ ଓ ଓଡ଼ିଶାରେ ଅନେକ ହିଂସା ଘଟଣାରେ ଜଡିତ ଥିଲେ। ସେମାନେ ଆତ୍ମସମର୍ପଣ କରିବା ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସ୍ଥିର କରିଛନ୍ତି। ରାଜ୍ୟ ସରକାରଙ୍କ ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ। ଏହି ଅବସରରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନକ୍ସଲ ସମସ୍ୟା ଉପରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଡିଜି, ବିଏସଏଫ, ସିଆରପିଏଫ ଓ ରାଜ୍ୟ ପୁଲିସର ମିଳିତ ଅଭିଯାନରେ ଏ ଦିଗରେ ଯଥେଷ୍ଟ ସଫଳତା ମିଳିଥିବା ବିଷୟ ଫୁଲବାଣୀ ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ମହାନିର୍ଦ୍ଦେଶକ ଅପରେସନ ଦେବଦତ୍ତ ସିଂ, ବିଏସଏଫ କମାଣ୍ଡାଣ୍ଟ ରବିକାନ୍ତ, ଡିଆଇଜି ଏସଆଇଡବ୍ଲ୍ୟୁ ଉମାଶଙ୍କର ଦାଶ, କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର, ବୌଦ୍ଧ ଏସପି ରାଜ ପ୍ରସାଦ, ବାଲିଗୁଡା ଏସଡିପିଓ ୟଶ ପ୍ରତାପ ଶ୍ରୀମଲ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ