ଛତିଶଗଡ ର ଫସିରହିଥିବା ୬ ପରିବାର ଙ୍କୁ ଖାଦ୍ୟ ପ୍ରଦାନ କଲେ ଯୁବଗୋଷ୍ଠୀ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର ତୁଳସୀପଲ୍ଲୀ ନିକଟ ଏକ ଜଙ୍ଗଲିଆ ଅଞ୍ଚଳରେ ଫସିରହିଥିବା ରାଜ୍ୟ ବାହାର ର କିଛି ପରିବାର କୁ ଭଞ୍ଜନଗର ଏକ ସ୍ୱଛାସେବୀ ସଂଗଠନ ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ ସହାୟତା ର ହାତ ବଢାଇ ସପ୍ତାହ ପାଇଁ ସୁଖିଲା ଖାଦ୍ୟ ଯୋଗାଇଛନ୍ତି । ଭଂଜନଗରର ସରସ୍ୱତୀ ଶିଶୁମନ୍ଦିରର ୨୦୦୫ ମେଟ୍ରିକ ବ୍ୟାଚ ଛାତ୍ର ମାନଙ୍କ ଦ୍ୱାରା ଗୋଟିଏ ସଂଗଠନ କରି ନିଜ ପକେଟ ମନିରୁ ଗରିବ ଅସହାୟ ପରିବାର ମାନଙ୍କୁ ତଥା ଗତକିଛିଦିନ ହେଲା ବିଭିନ୍ନ ସ୍ଥାନରେ ରହିଥିବା ମୁଲିଆ ମଜୁରିଆ ଶ୍ରେଣୀର ବ୍ୟକ୍ତି ଓ ପରିବାର ମାନଙ୍କୁ ସୁଖିଲା ଏବଂ ରନ୍ଧାଖାଦ୍ୟ ଯୋଗାଉ ଥିବା ଦେଖିବାକୁ ମିଳିଛି । ଭଞ୍ଜନଗର ତୁଳସୀପଲ୍ଲୀ ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳରେ ଛତିଶଗଡ ଅଞ୍ଚଳର ଫସିରହିଥିବା ପ୍ରାୟ ୬ ପରିବାର ଙ୍କୁ ସେଠାରେ ପହଁଚି ଶୁଖିଲା ଖାଦ୍ୟ ଓ ପିଲାମାନଙ୍କୁ ବିସ୍କୁଟ ପ୍ରଦାନ କରି ଭୋକିଲା ଙ୍କ ମୁହଁରେ ହସ ଫୁଟାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ