ଛତୁଆ ପୋଖରୀ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରର ଟୁଲଙ୍କ ସାହି ଛତୁଆ ପୋଖରୀ ଠାରେ ଦୁଇ ଦିନିଆ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ ହୋଇଯାଇଛି । ଆୟୋଜିତ ଉଦ୍‌ଘାଟନୀ ଉତ୍ସବକୁ ସଦର ବିଧାୟକ ସ୍ୱରୂପ କୁମାର ଦାସ ଉଦ୍‌ଘାଟନ କରିବା ସହ ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପରମ୍ପରା ଜାତିର ଏକ ପରିଚୟ ହୋଇଥିବା ବେଳେ ଏହା ଅତୀତ ଓ ବର୍ତ୍ତମାନକୁ ଯୋଡି ସୁନେଲି ଭବିଷ୍ୟତକୁ ସୁରକ୍ଷିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, କାଉନସିଲର ପ୍ରୀତିଲତା ସେଠୀ, କରଞ୍ଜିଆ ନାଏବ ସରପଞ୍ଚ ସୁକାନ୍ତି ନାୟକ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରକ୍ତବ୍ୟ ପ୍ରଦାନ କରିଥିଲେ । ପୂର୍ବତନ ପୌର ଉପାଧ୍ୟକ୍ଷ ତଥା ଉତ୍ସବ କମିଟି ସଭାପତି ମନୋଜ କୁମାର ରାଉତ ଏଥିରେ ପୌରୋହିତ୍ୱ କରିଥିବା ବେଳେ ସମ୍ପାଦକ ରମେଶ ଚନ୍ଦ୍ର ନାୟକ ବିବରଣୀ ପାଠ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାକଲି ନାୟକ, ରମେଶ ଚନ୍ଦ୍ର ନାୟକ, ଦୂର୍ଗାମାଧବ ମହାପାତ୍ର, ଅମୂଲ୍ୟ ତାଲଦି, ନିକୁଞ୍ଜ କିଶୋର ଭୁୟାଁ, ଭାସ୍କର ଜେନା, ଅସୀତାନନ୍ଦ ଦେବ ଗୋସ୍ୱାମୀ, ଭବେନ୍ଦ୍ର ପଣ୍ଡା, ରବୀନ୍ଦ୍ର ମୋହନ ଚାନ୍ଦ ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । କୋଷାଧ୍ୟକ୍ଷ ପ୍ରାଣକୃଷ୍ଣ ମହାପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ