ଛତୁ ଖାଇ ଦଶ ଜଣ ଅସୁସ୍ଥ
ଭଂଜନଗର (ସନ୍ତୋଷ କୁମାର ଜେନା): ଗଂଜାମ ଜିଲ୍ଲା ଭଂଜନଗର ଥାନା ତଥା ବେଲଗୁଣ୍ଠା ବ୍ଳକର ବିଭିନ୍ନ ଗାଁରେ ଛତୁ ଖାଇ ଦଶ ଜଣ ଅସୁସ୍ଥ ହୋଇଥିବା ଖବର ଆସିଛି । ସମସ୍ତ ଅସୁସ୍ଥ ମାନଙ୍କୁ ଭଂଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଗତ କାଲି ରାତିରେ ଛତୁ ଖାଇବା ପରେ ଅସୁସ୍ଥତା ଅନୁଭବ କରିଥିଲେ । ସମସ୍ତ ଅବସ୍ଥା ଏବେ ଭଲ ଥିବା ବେଳେ ତନରଡା ଓ ଶିଆରିମାଳ ରେ ଏହିଭଳି ଅଭାବନିୟ ଘଟଣା ଘଟିଥିବା ଜଣାପଡିଛି । ଶିଆରିମାଳ ର ପାଞ୍ଚଜଣ ଥିବା ବେଳେ ସେଥିରୁ ୧୫ ମାସ ର ଶିଶୁ ଏବଂ ପାଞ୍ଚବର୍ଷ ର ପିଲା ଅଛନ୍ତି l ସେହିଭଳି ତନରଡାର ମଧ୍ୟ ପାଞ୍ଚଜଣ ଥିବାବେଳେ ଏକ ଛଅ ବର୍ଷ ର ଶିଶୁ ଭଂଜନଗର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।
ଶିଆରିମାଳ ନୁଆଁଗା କୁଲାଙ୍ଗି ର ରବି ସେଠି,ପପୁ ସେଠି, ସରିତା ସେଠି,ରିତିସ୍ ସେଠି ,ପ୍ରତିସ୍ ସେଠି ଥିବା ବେଳେ ତନରଡାର କାଳିଆ ସ୍ୱାଇଁ, ସୁବତ୍ର ସ୍ବାଇଁ,ଶୁରଜ ସ୍ବାଇଁ, ନମିତା ସ୍ବାଇଁ, ରତ୍ନମାଳା ସ୍ବାଇଁ, ପୁଣ୍ନ ବରାଳ ଥିବା ଜଣାପଡିଛି l