ଛତୁ ଚାଷୀ କଲେ ସମ୍ମିଳନି

ବାରିପଦା,(ମୁରାରୀ ମୋହନ ମହାପାତ୍ର): ବିହନ ଉତ୍ପାଦନ କେନ୍ଦ୍ର ଠାରେ ‘ଛତୁ ଚାଷୀ ସମ୍ମିଳନି‘ ଉଦ୍ଘାଟିତ ହୋଇଯାଇଛି। ସୂଚନା ମୁତାବକ ଭୂରଷାଣି ଗ୍ରାମର ଉଦ୍ୟୋଗି ଚାଷୀ ନିରୁପମା ମହାନ୍ତ ବିଗତ ୭ ବର୍ଷ ହେବ ଛତୁ ଚାଷ କରି ଆସୁଛନ୍ତି । ଏଠାରେ ସେ ପାଳ ଛତୁ, ଧୂଙ୍ଗିରି ଛତୁ ଚାଷ କରି ପରିବାର ପୋଷଣ କରି ଆସୁଛନ୍ତି।ସେ କୋହିବା ମୁତାବକ ଦିନକୁ ୮୦ ରୁ ୧ ୦୦ କେଜି ଯାଏ ଛତୁ ବ୍ୟବସାୟୀ ମାନଙ୍କୁ ପ୍ରତିଦିନ ଦେଇଥାନ୍ତି। ଏବେ ନୂତନ ଭାବେ ସରକାରଙ୍କ ସହାୟତାରେ ପାଣିପଞ୍ଚାୟତ ତରଫରୁ ଓପିକ୍ରା ଯୋଜନାରେ ୧୫ଲକ୍ଷ୍ୟର ପ୍ରୋଜେକ୍ଟ ନେଇ ସେ ଛତୁ ମଞ୍ଜି ଉତ୍ପାଦନ କରୁଛନ୍ତି। ତାଙ୍କ ମଞ୍ଚି ଏବେ ବ୍ଲକ ର ସମସ୍ତ ପଞ୍ଚାୟତରେ ମହିଳା ଓ ଚାଷୀ ମାନେ ନେଇ ଛତୁ ଚାଷ କରୁଥିବା ଦେଖ‌ିବାକୁ ମିଳିଛି । ଏହି ଛତୁ ଚାଷୀ ସମ୍ମିଳନୀରେ ସାରସକଣା ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧୂକାରିଣୀ ଜ୍ୟୋତିର୍ମୟୀ ସାହୁ, ସାରସକଣା ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମ ଚାରୀ ସେକ୍ ତସଲିମ, ଜେକେ ଏଣ୍ଟେରପ୍ରାଇଜେସର ଖଗେଶ୍ଵର ନାଏକ, ଓପୀକ୍ରା ଫେସିଲେଟର କର୍ମଚାରୀ ଛଟରାୟ ସିଂ, ଓପିକ୍ରାର କର୍ମଚାରୀ ଜନ୍ମେଜୟ ଦାସ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ସାରସକଣା ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ପ୍ରାୟ ୩୦ ଜଣ ପୁରୁଣା ଚାଷୀ ଏବଂ ୫୦ ଜଣ ନୂତନ ଚାଷୀ ଆସି ଥିବାର ଦେଖିବାକୁ ମିଳିଥିଲା । ସେ ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକରେ ଉନ୍ନତ ମାନର ଛତୁ ମଞ୍ଜି ଚାଷୀଙ୍କୁ ଯୋଗେଇବେ ବୋଲି ସୂଚନା ଦେଇଛନ୍ତି। ସରକାରୀ ସ୍ତରରେ ମଧ୍ୟ ଛତୁ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାରର ସହଜେଗ କରାଯିବ ବଳି ଉଦ୍ୟାନ କୃଷି ଅଧୂକାରିଣୀ କହିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ