ଛତୁ ଚାଷ ପ୍ରଶିକ୍ଷଣ
ଏନଟିପିସି କଣିହାଁ ପକ୍ଷରୁ ସି ଏସ ଆର କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ଵିତୀୟ ଗ୍ରୁପରେ ନିକଟସ୍ଥ ଗ୍ରାମର ଏସ ଏଚ ଜି ଗ୍ରୁପର ଚାଳିଶ ଜଣ ମହିଳା ମାନଙ୍କୁ ଦୁଇ ସପ୍ତାହର ଛତୁ ଚାଷ ସମ୍ବଧିୟ ପ୍ରଶିକ୍ଷଣ ଦିଆଯାଇଛି।ପ୍ରଶିକ୍ଷଣ ନେଇଥିବା ମହିଳା ମାନଙ୍କୁ ଛତୁ ଚାଷ ପାଇଁ ଆବଶ୍ୟକ ସୁବିଧା ଓ ଜିନିଷ ଯୋଗାଇ ଦିଆଯିବ।ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ବଞ୍ଚିବା ପାଇଁ ସ୍ୱାବଲମ୍ବୀ କରିବା। ପ୍ରଥମ ଗ୍ରୁପରେ ଷାଠିଏ ଜଣ ସ୍ୱାବଲମ୍ବୀ ମହିଳାଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଥିଲା।ଜୈବିକ ପଦ୍ଧତିରେ ଉତ୍ପନ୍ନ ଛତୁ ର ସ୍ଥାନୀୟ ବଜାରରେ ଯଥେଷ୍ଟ ଚାହିଦା ରହିଛି।


