ଛତୁ ଚାଷ ପ୍ରଶିକ୍ଷଣ ଶିବିର ଯୋଗ ଦେଲେ ୩୫ ଜଣ ପ୍ରଶିକ୍ଷାର୍ଥୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ନର୍ସରୀ ଠାରେ କୃଷି ବିଜ୍ଞାନ କେନ୍ଦ୍ର ଭଦ୍ରକ ଆନୁକୂଲ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ମାଧ୍ୟମରେ ୩ ଦିନିଆ ଛତୁ ଚାଷ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । ଉକ୍ତ ଶିବିରରେ ୩୫ ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ମତ୍ସ୍ୟ ବୈଜ୍ଞାନିକ ଡଃ.ଅମ୍ବିକା ପ୍ରସାଦ ନାୟକ, କୃଷି ସଂପ୍ରସାରଣ ବୈଜ୍ଞାନିକ ରୋଜାଲିନ୍ ମହନ୍ତ, ଫାର୍ମ ସୁରକ୍ଷା ପରିଚାଳକ ମଣ୍ଟୁ ଚୌଧୁରୀ, ନର୍ସରୀ ଅଧିକାରୀ ପ୍ରଭାତ ବିଶ୍ୱାଳ, ଅନାମ ପାଳ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ରୋଜଗାର ହରାଇଥିବା ପ୍ରବାସୀ ଓଡିଆ ମାନଙ୍କୁ ଛତୁ ଚାଷ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇ ଆତ୍ମନିର୍ଭରଶୀଳ କରାଯାଇ ପାରିବ ବୋଲି କହିଥିଲେ ।