ଛତ୍ରପୁରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଛତିଶଗଡ ବିଳାଶପୁର ରୁ ଆସିଲେ ଇକୋ କ୍ଲବ ଛାତ୍ରଛାତ୍ରୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଠାରେ ଏଚଡିଏଫସି ବ୍ୟାଙ୍କ, ସେଣ୍ଟର ଫର ଏନଭାଇରନମେଣ୍ଟ ଏଜୁକେସନ ଓ ଛତ୍ରପୁର ଏନଏସିର ମିଳିତ ସହଯୋଗରେ ପ୍ଲାଷ୍ଟିକ ଆଣନ୍ତୁ ଥଳି କିମ୍ବା ମାସ୍କ ନିଅନ୍ତୁ କାର୍ଯ୍ୟକ୍ରମ ସୋମବାର ଠାରୁ ପାଳନ କରାଯାଇଛି । ନିଜ ନିଜର ପ୍ଲାଷ୍ଟିକକୁ ଏଣେ ତେଣେ ନ ଫୋପାଡି ଛତ୍ରପୁର ଅପର ବସଷ୍ଟାଣ୍ଡ ରେ ପୂର୍ବରୁ ସ୍ଥାପନ କରାଯାଇଥିବା ରିଭର୍ସ ଭେଣ୍ଡିଙ୍ଗ ମେସିନ ରେ ପକାଇଲେ ଏକ କୁପନ ମିଳିଥାଏ । ଏହି କୁପନ ଦେଇ ଯେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ ବଦଳରେ କନା ବ୍ୟାଗ କିମ୍ବା ମାସ୍କ ଆଣିପାରିବେ ବୋଲି ସେଣ୍ଟର ଫର ଏନଭାଇରନମେଣ୍ଟ ଏଜୁକେସନ୍ ର ପ୍ରୋଜେକ୍ଟ ଅଧିକାରୀ ସାନ୍ତନୁ କୁମାର ସାହୁ ସୂଚନା ଦେଇଛନ୍ତି । ତେବେ ଛତ୍ରପୁର ରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଛତିଶଗଡ ବିଳାସପୁର ଅଂଚଳରୁ ବହୁ ଇକୋ କ୍ଲବ ଛାତ୍ରଛାତ୍ରୀ ଛତ୍ରପୁର ଆସିଛନ୍ତି । ଶୁକ୍ରବାର ସମସ୍ତ ଛାତ୍ରଛାତ୍ରୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରିଥିଲେ । ସେଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଶୁଭେଚ୍ଛା ପ୍ରଦାନ ବେଳେ ସେଣ୍ଟର ଫର ଏନଭାଇରନମେଣ୍ଟ ଏଜୁକେସନ୍ ର ପ୍ରୋଜେକ୍ଟ ଅଧିକାରୀ ସାନ୍ତନୁ କୁମାର ସାହୁ, ନେଚର ବଡିର ମେଟର ପାଣୁ ହାଲଦାରଙ୍କ ସହ ବହୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।