ଛତ୍ରପୁରକୋର୍ଟରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ମନୋରଂଜନ ଦାଶ, ସିନିୟର ସିଭିଲ ଜଜ୍ ଲିପା ମହାନ୍ତି, ଏସଡିଜେଏମ ପ୍ରିତିଶ କୁମାର ରଥ ଓ ଜେଏମଏଫସି ସ୍ୱୟଂସିକ୍ତା ପତି ପ୍ରମୁଖ ଉପସ୍ଥିତ ରହି ସମୁଦାୟ ୧୬୩ଟି ମାମଲାର ବିଚାରଣ ହୋଇ ୪୭ଟି କେସ ଫଇସଲା କରିଛନ୍ତି । ଏହି ବାବଦରେ ୧୯ଲକ୍ଷ ୩୭୪ଟଙ୍କା ଆଦାୟ କରାଯାଇଛି । କ୍ରିମିନାଲ କ୍ଲମ୍ପାଉଣ୍ଡେବୁଲ ଓଫ୍ରେନ୍ସ ରେ ୧ ଫଇସଲା ହୋଇଛି, ସେହିପରି ୨ ଟି ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା ର ଫଇସଲା କରି କ୍ଷତିପୂରଣ ବାବଦରେ ୬ ଲକ୍ଷ ୯୦ ହଜାର ଟଙ୍କା ଅଦାୟ କରାଯାଇଥିବା ବେଳେ ୨ଟି ଏନଆଇ ଆକ୍ଟ ମାମଲାର ଫଇସଲା କରାଯାଇ ୯ଲକ୍ଷ ୫ହଜାର ଟଙ୍କା ଆଦାୟ କରାଯାଇଛି ସେଟାଲ ମେଣ୍ଟ କରାଯାଇଛି । ସେହିପରି ଅନ୍ୟାନ୍ୟ ସିଭିଲ କେସ ରେ ୫ଟି ମାମଲାର ଫଇସଲା ହୋଇ ୧ଲକ୍ଷ ୬୬ହଜାର ୪୧୫ଟଙ୍କା ଅଦାୟ କରାଯାଇଛି ।ବ୍ୟାଙ୍କ ବାବଦରେ ୧ମାମଲା ର ଫଇସଲl ହୋଇ ୧ଲକ୍ଷ ୩୮ହଜାର ୯୫୯ଟଙ୍କା ଆଦାୟ ହୋଇଛି, ଏହାସହିତ ଅନ୍ୟାନ୍ୟ କ୍ରିମିନାଲ କେସ ରୁ ୩୫ ମାମଲା ଗୁଡିକର ଫଇସଲା ହୋଇଥିଲା । ବରିଷ୍ଠ ଆଇନଜିବୀ ଗୋକୁଳ ଚନ୍ଦ୍ର ପଣ୍ଡା , ସରକାରୀ ଡମିନାଥ ସାହୁ , ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସମ୍ପାଦକ ଏଲ ଗୋପାଳ ରାଓ,ଆଇନଜିବୀ ପର୍ଶୁରାମ ଗୈାଡ,ବ୍ରଜ ମୋହନ ଆଚାର‌୍ୟ୍ୟ,ନିତ୍ୟାନନ୍ଦ ମୁଦୁଲି, ଶିବ ପ୍ରସାଦ ସାହୁ, ଏସ.ଶ୍ୟାମ କୁମାର ରାଓ ଙ୍କ ସମେତ ବହୁ ଆଇନଜିବୀ ମାନେ ମାମଲା ଗୁଡିକର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ