ଛତ୍ରପୁରରେ ଅରୁଣ ଜେଟଲୀ ଓ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା
ଗତକାଲି ସନ୍ଧ୍ୟା ୬ଟା ବେଳେ ଛତ୍ରପୁର ବିଜେପି ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲି ଙ୍କ ବିୟୋଗରେ ବିଜେପି ଯୁବ ନେତା ଶ୍ରୀ ପ୍ରଶାନ୍ତ କୁମାର କର ଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଶୋକ ସଭାରେ ଶ୍ରୀ ବସନ୍ତ କୁମାର ବେହେରା, ଶ୍ରୀ ପଦ୍ମ ଲୋଚନ ସାହୁ, ଶ୍ରୀ ଚୈତନ୍ୟ ପ୍ରଧାନ, ଶ୍ରୀ ସନ୍ତ ରାଉଳ, ଶ୍ରୀ ସୁରେଶ ରେଡ୍ଡୀ, ଶ୍ରୀ ପ୍ରଫୁଲ୍ଲ କୁମାର ପଣ୍ଡା, ଶ୍ରୀ ବିଜୟ କୁମାର ମୁଦୁଲି, ଶ୍ରୀ ପଦ୍ମ ଚରଣ ପରିଡା ପ୍ରମୁଖ ସହ ବହୁ କର୍ମୀ ଉପସ୍ଥିତ ରହି ଶୋକ ସଭା ପାଳନ କରିବା ସହ ନୀରବ ପ୍ରାର୍ଥନା କରିଥିଲେ ।