ଛତ୍ରପୁରରେ ଉପନିର୍ବାଚନ ପାଇଁ ଗଂଜାମ ପୋଲିସର ପ୍ରସ୍ତୁତି ଶେଷ ପର୍ପ୍ୟାୟରେ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଗଂଜାମ ପୁଲିସ ଜିଲ୍ଲା ଅଧୀନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୯ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ, ପୋଲସରା ବ୍ଲକର ବର୍ତ୍ତିନି ସମିତି ସଭ୍ୟ ଓ ଖଲିକୋଟ ବ୍ଲକର କେଶପୁର ସମତି ସଭ୍ୟ ଉପନିର୍ବାଚନ ନିମନ୍ତେ ନଭେମ୍ବର ୨୭ତାରିଖ ଭୋଟ ମତଦାନ ଏବଂ ନଭେମ୍ବର ୨୮ତାରିଖ ଦିନ ଭୋଟ ଗଣତି ପାଇଁ ତାରିଖ ରହିଥିବା ବେଳେ ଗଂଜାମ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାରେ ଏହି ସମସ୍ତ କାର୍ଯ୍ୟ ପରିଚାଳନା ନିମନ୍ତେ ଆଜି ସ୍ଥାନୀୟ ପୁଲିସ ପ୍ୟାରେଡ୍ ପଡିଆ ଠାରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଙ୍କ ଉପସ୍ଥିତିରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୧୯ନଂ ଜିଲ୍ଲାପରିଷଦ ସଭ୍ୟ ନିମନ୍ତେ ୯୬ଟି ବୁଥ୍ ଏବଂ କେଶପୁର ସମିତି ସଭ୍ୟ ପାଇଁ ୧୪ବୁଥ୍ ଓ ବର୍ତ୍ତିନି ସମିତି ସଭ୍ୟ ପାଇଁ ୧୨ଟି ବୁଥରେ ନଭେମ୍ବର ୨୭ତାରିଖ ସକାଳ ୭ଟାରୁ ୧୨ ଟା ପର୍ଯ୍ୟନ୍ତ ଭୋଟ ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହାସହ ଛତ୍ରପୁର , ଖଲିକୋଟ ଏବଂ ପୋଲସରା ବ୍ଲକରେ ନଭେମ୍ବର ୨୮ତାରିଖ ଦିନ ସକାଳ ୭ଟାରୁ ଭୋଟ ଗଣତି କାର୍ଯ୍ୟକ୍ରମ ହେବ । ଏହା କିପରୀ ସଠିକ୍ ଭାବେ ପରିଚାଳନା ହେବ ସେଥି ନିମନ୍ତେ ନିୟୋଜିତ ହୋଇଥିବା ପୁଲିସ ଅଧିକାରୀ ମାନଙ୍କୁ ଏସପି ଶ୍ରୀ ରାଏ ପରାମର୍ଶ ଦେଇଥିଲେ । ସମୁଦାୟ ୧୨୨ଟି ବୁଥ ନିମନ୍ତେ ୯ଟି ମୋବଇଲ ଟିମ୍ , ୪ଟି ସେକ୍ଟର ଅଫିସର ମୋବାଇଲ ଟିମ୍, ୨ଟି ସିନିୟର ସୁପରଭିଜନ ଅଫିସ, ୨ଟି ସୁପରଭିଜନ ଅଫିସର ର ଟିମ୍ କାର୍ଯ୍ୟ ତୁଲାଇବେ । ଏହାକୁ ଗଂଜାମ ପୁଲିସ ଜିଲ୍ଲା ୨ଜଣ ଅତିରିକ୍ତ ଏସପି, ୨ଜଣ ଡିଏସପି, ୪ଜଣ ଇନିସପେକ୍ଟର, ୮ଜଣ ସବଇନିସପେକ୍ଟର , ୧୮ଜଣ ଏସଆଇ, ସାଢେ ଚାରି ପ୍ଲାଟୁନ ଫୋର୍ସ, ୬୨ଜଣ କନଷ୍ଟେବଲ ଏବଂ ୭୦ଜଣ ହୋମଗାର୍ଡ ମୁତାୟନ ହୋଇ କାର୍ଯ୍ୟ ସୁରୁଖୁରରେ ତୁଲାଇବେ । ଆଜିର ଏହି ପ୍ରସ୍ତୁତି କାର୍ଯ୍ୟକ୍ରମରେ ଗଂଜାମ ଏସପିଙ୍କ ସହ ଅତିରିକ୍ତ ଏସପି ପତିତପାବନ ଚୈାଧୂରୀ ଓ ଠାକୁର ପ୍ରସାଦ ପାତ୍ର, ଡିଏସପି ହେଡକ୍ୱାର୍ଟର ଉତ୍କଳ କେଶରୀ ଦାସ, ଡିଏସପି ଡିଆଇବି ଅଜୟ କୁମାର ମିଶ୍ର, ଛତ୍ରପୁର ଏସଡିପିଓ ଗୈାତମ କିଷାନ୍, ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମିନ୍ଧାତା, ଖଲିକୋଟ ଥାନା ଅଧିକାରୀ,କବିସୂର୍ଯ୍ୟନଗର ଥାନା ଅଧିକାରୀ ଓ ପୋଲସରା ଥାନା ଅଧିକାରୀଙ୍କ ସମେତ ବହୁ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।