ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ଦାବି
ସେପ୍ଟେମ୍ବର ଶେଷସୁଦ୍ଧା ଛତ୍ରପୁରରେ କେନ୍ଦ୍ରୀୟବିଦ୍ୟାଳୟ କାର୍ଯ୍ୟକ୍ଷମ ନହେଲେ ବିଜେପି ପକ୍ଷରୁ ଗଣ ଆନ୍ଦୋଳନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ): ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା । ସଦସ୍ୟତା ଗ୍ରହଣ ଉପରେ ଆଲୋଚନା ହୋଇଥିଲା । ଏହାକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେପ୍ଟେମ୍ବର ଶେଷ ସୁଦ୍ଧା ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ନହେଲେ ବିଜେପି ପକ୍ଷରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ଗଣ ଆନ୍ଦୋଳନ କରାଯିବ ବୋଲି ନିଷ୍ପତି ହୋଇଛି । ସେହିପରି ଛତ୍ରପୁର ହସପିଟାଲରେ ଡାକ୍ତର ଓ ନର୍ସ ପଦବୀ ପୂରଣ, ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟିର ମାନ୍ୟତା, ଛତ୍ରପୁର ପୁରୁଣା ବସଷ୍ଟାଣ୍ଡକୁ ସିଟି ବସ ଚଳାଚଳ, ଛତ୍ରପୁର ସହରକୁ ପିଇବା ପାଣି ଯୋଗାଇଦେବା, ଭେଣ୍ଡିଂଜୋନ ପ୍ରତିଷ୍ଠା ଆଦି ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଏହି ବୈଠକରେ ଲକ୍ଷ୍ମୀନାରାୟଣ ପଣ୍ଡା, ପି.ଚନ୍ଦ୍ରଶେଖର ରାଓ, ପି.ରଘୁ ରେଡ୍ଡି, ଅମରେଶ ମହାରଣା, ସୁଶାନ୍ତ ଦାସ, ଉମାଶଙ୍କର ମହାନ୍ତି, ଗଙ୍ଗାଧର ପଣ୍ଡା, ମନୋରଞ୍ଜନ ବେହେରା, ପି.ତ୍ରିପତି ରାଓ, ପ୍ରଶାନ୍ତ କୁମାର ପ୍ରଧାନ, ଜି.ଜଗଦୀଶ ରାଓ, ଇ.ପ୍ରମୋଦ କୁମାର, ସିଏଚ ଉଦୟ , ଲିଙ୍ଗରାଜ ନାୟକପ୍ରମୁଖ ଉପସ୍ଥିତ ଥିଲେ ।