ଛତ୍ରପୁରରେ ଫାୟାର୍ ସେବା ସପ୍ତାହ ପାଳିତ
ଛତ୍ରପୁର (ଦେବଦତ୍ତ ମହାରଣା): ଆଜିଠୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଫାୟାର୍ ସେବା ସପ୍ତାହ ପାଳିତ କରାଯାଉଛି । ଏହି ଅବସରରେ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଆସିଷ୍ଟାଂଟ୍ ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ନେତୃତ୍ୱରେ ଫାୟାର ଅଫିସର ସମସ୍ତ ବର୍ଗର କର୍ମଚାରୀମାନେ ସାମିଲ୍ ହୋଇ ସେବା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଫାୟାର ଷ୍ଟେସନ୍ ଠାରୁ ଏକ ଶୋଭାଯାତ୍ରା ରେ ଉଦ୍ଧାର ଓ ସୁରକ୍ଷାରେ ନିୟୋଜିତ ହେଉଥିବା ଯାନବାହାନ ଗୁଡ଼ିକ ଧରି ଛତ୍ରପୁର ସହର ପରିକ୍ରମା କରିଥିଲେ l ପରେ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ସମ୍ପର୍କ ରେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ୍ ପରିସରରେ ଫାୟାର କର୍ମଚାରୀମାନେ ଡେମୋ ଦେଖାଇଥିଲେ l ଏଥିରେ ମୁଖ୍ୟ ଫାୟାରମ୍ୟାନ୍ ଅଭିରାମ ନାୟକ ଓ ପ୍ରଭାକର ଜେନା, ଡ୍ରାଇଭର ଓ ହାବିଲଦାର ରାକେଶ ମାନସିଂ, ଦିପ୍ତିରଞ୍ଜନ ସ୍ୱାଇଁ, ଫାୟାର ମ୍ୟାନ ଡ୍ରାଇଭର ଚନ୍ଦ୍ରଶେଖର ସାମନ୍ତରାୟ,ଫାୟାରମ୍ୟାନ୍ କାହ୍ନୁଶ୍ରୀ ଚରଣ ପରିଡ଼ା, କିଶାନ ମାଝି, ଉମାକାନ୍ତ ମାଝୀ, ଗୋପବନ୍ଧୁ ବେହେରା, ଜଗନ୍ନାଥ ଦାଶ, ତପନ କୁମାର ବେହେରା ଓ ରଶ୍ମି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ ।