ଛତ୍ରପୁରରେ ବୁଲିଲା ସଚେତନତା ରଥ

ଛତ୍ରପୁର,(ଦେବଦତ୍ତ ମହାରଣା): ଆମ କନ୍ୟା ଆମ ରତ୍ନ । ମୋ ଗେହ୍ଲା ଝିଅ,ନିର୍ଭୟ କଢି । ବେଟି ବଚାଅ ବେଟି ପଢାଅ ସଂପର୍କରେ ଜିଲ୍ଲାରେ ବୁଲୁଛି ସଚେତନତା ରଥ । ଏହି ରଥ ଆଜି ଛତ୍ରପୁର ଠାରେ ପହଂଚିଥିବାରୁ ଛତ୍ରପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦଙ୍କ ନେତୃତ୍ୱରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ସୁପରଭାଇଜର, ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ରହି ବିଭିନ୍ନ ସଚେତନତା କରାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ଶିଶୁ କନ୍ୟା ଦିବସ ୨୦୨୧ ଅବସରରେ ଏହି ରଥ ସାରା ଜିଲ୍ଲା ବୁଲି ଆମ କନ୍ୟା ଆମ ରତ୍ନ , ବାଲ୍ୟ ବିବାହ ରୋକିବା ସମେତ ବିଭିନ୍ନ ସଚେତନତା ସଂପର୍କରେ ସଚେନତା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ