ଶାନ୍ତି ପୂର୍ଣ୍ଣ ଭାବେ ସର୍ବଭାରତୀୟ ଧର୍ମଘଟ
ଛତ୍ରପୁର : ଦରଦାମ ବୃଦ୍ଧି ଓ କେନ୍ଦ୍ରୀୟ ଶ୍ରମ ଆଇନ ସଂଶୋଧନ ଏବଂ ଅନ୍ୟାନ୍ୟ ୧୨ ଦଫା ଦାବି ନେଇ ଆଜି ବିଭିନ୍ନ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦର ଡ଼ାକରା ଦେଇଛନ୍ତି । ଏନେଇ ଛତ୍ରପୁର ଠାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଯାଇଛି । ସହରର ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ ବ୍ୟାଙ୍କ, ପୋଷ୍ଟ୍ ଅଫିସ ବନ୍ଦ ରହିଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ସକାଳ ୮.୩୦ରୁ ପ୍ରାୟ ୪୫ ମିନିଟ୍ ଧରି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶାନ୍ତ ଏକ୍ସପ୍ରେସ୍ ଟ୍ରେନ୍ ବନ୍ଦ କରାଯାଇଥିଲା । ଏହା ସହ ପୋଷ୍ଟ୍ ଅଫିସ କାର୍ଯ୍ୟାଳୟ ପରିସରରେ ପୋଷ୍ଟାଲର ବିଭିନ୍ନ ସଂଗଠନ ସାମିଲ୍ ହୋଇ କାର୍ଯ୍ୟାଳୟ ବନ୍ଦ କରିବା ସହ ଏହାକୁ ସମର୍ଥନ ଜଣାଇଛନ୍ତି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଛକ ଠାରେ ମଧ୍ୟ ଏଆଇଟିୟୁସି ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରିବା ସହ ବିଭିନ୍ନ ଦୋକାନ ବଜାର ବନ୍ଦ କରାଯାଇଥିଲା । ଛତ୍ରପୁର ଠାରେ ଆଜି ଏଚଏମଏସ୍ ର ରାଜ୍ୟ ସମ୍ପାଦକ ଡ଼. ରାଜେନ୍ଦ୍ର କୁମାର ଦାସ, ଏଆଇଟିୟୁସି ନେତା ନୀଳକଣ୍ଠ ଦାସ, ଗୋକୁଳ ଚନ୍ଦ୍ର ପଣ୍ଡା, ଚିଙ୍କାରା ବେହେରା, ସି.ଏଚ୍ ଜନାର୍ଦ୍ଦନ ରେଡ୍ଡି, ଏନ୍. ଗିରିଜା ପ୍ରସାଦ ରେଡ୍ଡ, ଡି.ଆଦିନାରାୟଣ ରେଡ୍ଡୀ, ଏସ.କ୍ରିଷ୍ଣା ରେଡ୍ଡୀ, ଦୁର୍ଯ୍ୟୋଧନ ନାହାକ, ଦୁର୍ଯ୍ୟୋଧନ ପରିଡ଼ା, ପ୍ରଫୁଲ ପାଣିଗ୍ରାହୀ, ଏସ.ତ୍ରିନାଥ ରେଡ୍ଡୀ, ଓଡିଶା ଫରେଷ୍ଟ, ଉଡ, ଅଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରାସନ ୱାକ ସଂଗଠନର ସନିଆ ପ୍ରଧାନ, ଆଇଏନଟିୟୁସିର ଭାଗିରଥୀ ବେହେରା, ଗଣପତି ବାରିକ, ଡି. ରାମସ୍ୱାମୀ ରେଡ୍ଡି, ଟି. କ୍ରିଷ୍ଣା ରେଡ୍ଡି, ହାଡ଼ୁ ରେଡ୍ଡି, ଗୋପାଳପୁର ପୋର୍ଟ ଡ଼କ୍ ୱାର୍କସ ୟୁନିଅନ୍ ର ଜି. ଏରେୟା, ଗୋପାଳପୁର ପୋର୍ଟ ମଜଦୁର ୟୁନିଅନ୍ ର କେ. ଏଲେୟା, ଏଚଏମଏସ୍ ର ମମତା ନାୟକ, କ୍ରାନ୍ତି ଯୁବ ସଂଗଠନର ଇଜୁ ଅମିନ୍ ଖାନ୍, ବାମସେଫ୍ ର ସୁମା ଦାସ, ଏଆଇଟିୟୁସି ନେତା ସନିଆ ପ୍ରଧାନଙ୍କ ସମେତ ଶତାଧିକ ବିଭିନ୍ନ ରାଜନୈତିକ ଦଳର ନେତା ଓ ଟ୍ରେଡ ୟୁନିଅନ୍ ର କର୍ମକର୍ତା ମାନେ ସାମିଲ ହୋଇ ପିକେଟିଂ କରି ବନ୍ଦ କରିବା ନିମନ୍ତେ ଅନୁରୋଧ କରିଥିଲେ ।