ଛତ୍ରପୁରରେ ସୁଭଦ୍ରା ଯୋଜନାରେ ମହିଳାମାନେ ଅଙ୍ଗନାବାଡିକେନ୍ଦ୍ରକୁ ଆସି ଆବେଦନ କରୁଛନ୍ତି
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନାର ପୋର୍ଟାଲ ଉନ୍ମଚନ କରି ଦେଇଛନ୍ତି । ବୁଧବାର ଠାରୁ ଆବେଦନ ଆସିଥିବା ଫର୍ମ ଗୁଡିକର ଅପଲୋଡ କରାଯିବ । ଏନେଇ ଛତ୍ରପୁର ଏନଏସିରେ ବିଭିନ୍ନ ଅଙ୍ଗନାବାଡିକେନ୍ଦ୍ର ଗୁଡିକରେ ମହିଳାମାନେ ଆସି ସେମାନଙ୍କ ଆବେଦନ କରୁଛନ୍ତି । ଉପସ୍ଥିତ ଥିବା ଅଙ୍ଗନାବାଡିକର୍ମୀ ସେମାନଙ୍କ ଫର୍ମ ଗୁଡିକୁ ନିଜେ ପୁରଣ କରୁଥିବା ଦେଖିବାକୁ ମିଳିଛି । ଛତ୍ରପୁର ଏନଏସିର ୧୧ ନଂ ୱାର୍ଡ ସ୍ଥିତ ଗୋପବନ୍ଧୁନଗରରେ ରହିଥିବା ଅଙ୍ଗନାବଡିକର୍ମୀ ମହିଳା ମାନଙ୍କ ଠାରୁ ଆବେଦନ ଫର୍ମ ଆଣି ନିଜେ ପୁରଣ କରିରଖିଛନ୍ତି । ପରେ ମୋ ଜନ ସେବା କେନ୍ଦ୍ରରେ ଏହାକୁ ଦାଖଲ କରିବେ । ମହିଳାମାନେ ଫର୍ମ ପୁରଣ କଲେ କାଲେ ଏହା ଭୁଲ ହୋଇଯିବ ଏହାକୁ ଦୃଷ୍ଟିରେ ରଖି ନିଜେ ଏହା କରୁଛନ୍ତି । ଆବଶ୍ୟକୀୟ କାଗଜପତ୍ର ସଠିକ ରହିଛି କି ତାହା ଯାଂଚ କରୁଛନ୍ତି । ଏପରିକି ମହିଳାମାନେ ମଧ୍ୟ ଖୁସି ଜାହିର କରିବା ସହ ବିନା ଖର୍ଚ୍ଚରେ ଏଠାକୁ ଆସି ଏହି ସୁବିଧା ପାଇପାରୁଛନ୍ତି । ରାଜ୍ୟ ସରକାରଙ୍କୁ ମଧ୍ୟ ମହିଳାମାନେ କୃତଜ୍ଞତା ଜଣାଇଛନ୍ତି ସେମାନେ ବର୍ଷକୁ ୧୦ ହଜାର ଲେଖାଏଁ ୫ ବର୍ଷରେ ୫୦ ହଜାର ପାଇପାରିବେ । ଆସନ୍ତା ୧୭ରେ ଏହାର ଶୁଭଉଦଘାଟନ ହେବା ସହ ପ୍ରଥମ କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ ପାଇବେ ଏନେଇ ଅଙ୍ଗନାବାଡି କେନ୍ଦ୍ରକୁ ଦୈାଡି ଆସୁଛନ୍ତି ମହିଳାମାନେ


