ଛତ୍ରପୁରରେ ସୈନିକ ସ୍କୁଲ ପ୍ରତିଷ୍ଠା ନେଇ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ନେତା

ଛତ୍ରପୁର, (ଦେବଦତ୍‌ତ୍ତ ମହାରଣା): ଗଂଜାମ ଜିଲା ସଦରମହକୁମା ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭାଜପା ଲିଗାଲ ସେଲ ପକ୍ଷରୁ ଅନୁରୋଧ ପତ୍ର ପଠାଯାଇଛି । ଏସମ୍ପର୍କରେ ଗଂଜାମ ଜିଲା ଭାଜପା ଲିଗାଲ ସେଲ୍ ର ଆବାହକ ତଥା ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ ଚିଠି ପଠାଇଥିବା ନେଇ ସେ ସୂଚନା ଦେଇଛନ୍ତି । ସେ ଦର୍ଶାଯାଇଛନ୍ତି ଯେ ଗତ ବଜେଟ ରେ ଦେଶରେ ୧୦୦ ଟି ସୈନିକ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସରକାର ବ୍ୟୟ ବରାଦ କରିଛନ୍ତି । ଓଡିଶାରେ କେବଳ ମାତ୍ର ଗୋଟିଏ ଭୁବନେଶ୍ୱରରେ ସୈନିକ ସ୍କୁଲ ରହିଛି । ଦକ୍ଷିଣ ଓଡିଶାରେ ସୈନିକ ସ୍କୁଲ ପ୍ରତିଷ୍ଠା ର ଆବଶ୍ୟକତା ଥିବା ବେଳେ ଗଂଜାମ ଜିଲା ର ସଦର ମହକୁମା ଛତ୍ରପୁର ଠାରେ ସମସ୍ତ ଭିତିଭୂମି ରହିଥିବା ଯୋଗୁଁ ଏଠାରେ ଏହା ପ୍ରତିଷ୍ଠା କରାଯାଉ । ଏହା ଏଠାରେ ପ୍ରତିଷ୍ଠା ହେଲେ ଦକ୍ଷିଣ ଓଡିଶାର କୋରାପୁଟ, ରାୟଗଡା , ମାଲକାନଗିରି, ନବରଙ୍ଗପୁର ଗଜପତି ସମେତ କନ୍ଧମାଳ ଓ ବୌଦ୍ଧ ଜିଲାର ଛାତ୍ରୀଛାତ୍ର ଉପକୃତ ହୋଇପାରିବେ ବୋଲି ପାଢୀ ଦର୍ଶାଇଛନ୍ତି । ଛତ୍ରପୁର ନିକଟବର୍ତୀ ଗୋଳାବନ୍ଧ ଆର୍ମି ଏଡି କଲେଜ ଅଛି । ଗମନାଗମନ ଦୃଷ୍ଟିରୁ ଜାତୀୟରାଜପଥ ପାଶ୍ୱର୍ରେ ଅବସ୍ଥିତ । ଏଣୁ ଛତ୍ରପୁର ଠାରେ ଏହା ପ୍ରତିଷ୍ଠା କରିବାକୁ ସେ ଅନୁରୋଧ କରି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜରିଆରେ ଚିଠି ପଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ