ଛତ୍ରପୁରରେ ସ୍ବାୟତ୍ତ ଶାସନ ଦିବସ ପାଳିତ :ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା): : ମଙ୍ଗଳବାର ସ୍ବାୟତ୍ତ ଶାସନ ଦିବସ। କରୋନା ପାଇଁ ଛତ୍ରପୁର ଏନଏସି ପକ୍ଷରୁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ପୂର୍ବାହ୍ନ ରେ କାର୍ଯ୍ୟାଳୟ ପରିସରରେ ପତାକା ସମସ୍ତ କର୍ମଚାରୀଙ୍କ ଉପସ୍ଥିତ ରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଏନଏସି ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଗୁଡିକ ଉଦ୍‌ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ଏନଏସି ର ପ୍ରଶାସନିକ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଡୁଡା ପିଡ଼ି ସୁଦାମ ଚରଣ ମଣ୍ଡଳ,ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗଣେଶ ବାବୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ l ପ୍ରଥମେ ଡିଆରଡିଏ ଛକ ନିକଟରେ ଥିବା ସେଲଫି ପଏଣ୍ଟ କୁ ଉଦଘାଟନ କରାଯାଇଥିବା ବେଳେ ପରେ ନୂତନ ବସଷ୍ଟାଣ୍ଡ ନିକଟରେ ନିର୍ମିତ ହୋଇଥିବା ପେବର ରୋଡ, ସର୍କିଟ ହାଉସ୍ ସମ୍ମୁଖରେ ଥିବା ଶିଶୁ ଉଦ୍ୟାନ ଓ ରାମଲକ୍ଷ୍ମୀନଗର ଠାରେ ନିର୍ମାଣ କରାଯାଇଥିବା ଶିଶୁ ଉଦ୍ୟାନକୁ ପ୍ରକଳ୍ପ ଗୁଡିକୁ ଅତିଥି ମାନଙ୍କ ଦ୍ୱାରା ଉଦଘାଟନ ହୋଇଥିଲା l ଏହି କାର୍ଯ୍ୟକ୍ରମ ଛତ୍ରପୁର ଏନଏସି ବହୁ ଜନସାଧାରଣ ଓ ବୃଦ୍ଧିଜୀବି ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ