ଛତ୍ରପୁରରେ ୬ ଘଣ୍ଟିଆ ଓଡିଶା ବନ୍ଦ ପାଳନ

ଛତ୍ରପୁର (ଦେବଦତ୍ତ ମହାରଣା): ବିଭିନ୍ନ ସାମଗ୍ରୀର ଦର ଦାମ ବୃଦ୍ଧିକୁ ନେଇ ରାଜ୍ୟର ୪ ଟି ବାମ ଦଳ ପକ୍ଷରୁ ଓଡିଶା ବନ୍ଦର ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ସିପିଆଇ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦକୁ ସମର୍ଥନ ଜଣାଇ କିଛି କଂଗ୍ରେସ ନେତା ଓ କର୍ମୀ ମାନେ ମଧ୍ୟ ସାମିଲ ହୋଇଛନ୍ତି । ଅହେତୁକ ମୁଲ୍ୟ ବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଆଇ ରାଜ୍ୟ ନେତା ତଥା ପୁର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡି ଓ ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀ ଏବଂ କଂଗ୍‌ରେସ ଦଳର କର୍ମୀ ମାନେ ଏହାର ପ୍ରତିବାଦ କରିବା ସହ ଛତ୍ରପୁର ରେ ରହିଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ ପହଞ୍ଚି ପିକେଟିଂ କରି ଦୋକାନ ବଜାର ଓ ପେଟ୍ରୋଲ ପମ୍ପକୁ ମଧ୍ୟ ବନ୍ଦ କରିଛନ୍ତି । ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟରରେ ସିପିଆଇ ଓ କଂଗ୍ରେସ ଦଳର ନେତା ମାନେ କାଳୀ ବୋଳିଥିଲେ । ଏଥିରେ ଉତ୍କଳ ମହିଳା ସମିତିର ରାଜ୍ୟ ଉପ ସଭାନେତ୍‌ରୀ ଏନ୍ ଭାନୁମତି ରେଡ୍ଡି, ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଏସ୍‌. କ୍ରିଷ୍ଣା ରେଡ୍ଡି, ଆଇନଜିବି ଡି. ଆଦି ନାରାୟଣ ରେଡ୍ଡି, ଚିଙ୍କାରା ବେହେରା, ଗୁରୁନାଥ ପ୍ରଧାନ, ଦୁର୍ଯ୍ୟୋଧନ ପରିଡା ଏବଂ ଛତ୍ରପୁର ନିର୍ବାଚନ ମଣ୍ଡଳୀରକଂଗ୍ରେସ ନେତା ଭାଗିରଥି ବେହେରା, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡି, ମହେଶ ଗୌଡଙ୍କ ସମେତ ବହୁ ସିପିଆଇ ଓ କଂଗ୍ରେସ ଦଳର କର୍ମୀ ମାନେ ସାମିଲ ଥିଲେ । ସେହିପରି ଚମାଖଣ୍ଡି ଠାରେ ସିପିଆଇ ପକ୍ଷରୁ ଜାତୀୟ ରାଜପଥ ବନ୍ଦ କରାଯାଇଥିଲା । ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍ ଜନାର୍ଦ୍ଦନ ରେଡ୍ଡି, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ୍ ଗିରିଜା ପ୍ରସାଦ ରେଡ୍ଡି ଓ ଦୁର୍ଯ୍ୟୋଧନ ନାହାକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ