ଛତ୍ରପୁର ଉପଖଣ୍ଡସ୍ତରୀୟ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉପଜିଲ୍ଲାପାଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ଉପଖଣ୍ଡସ୍ତରୀୟ ସମସ୍ତ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ସମସ୍ତ ଲାଇନ ଡିପାଟମେଂଟ ଅଧିକାରୀଙ୍କ ଉପସ୍ଥିତିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଉପଖଣ୍ଡରେ ରହିଥିବା କାର୍ଯ୍ୟ ଗୁଡିକ ସମସ୍ତ ବିଭାଗର ଅଧିକାରୀ ମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ପରାମର୍ଶ ଦେଇଥଲେ । ଯାହାଦ୍ୱାରା ପୁର୍ବରୁ କରାଯାଇଥିବାର କାର୍ଯ୍ୟ ଗୁଡିକର କୈାଣସି କ୍ଷତି ହେବ ନାହିଁ ଏବଂ କାର୍ଯ୍ୟ ଗୁଡିକ ସଠିକ୍ ଭାବେ ହୋଇପାରିବ ବୋଲି ସେ କହିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ହେଉଥିବା ଯେଉଁ ଯେଉଁ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ କୁହାଯାଇଛି । ଏହାସହିତ ଜାଗା ଏବଂ କାର୍ଯ୍ୟ ପାଇଁ କୈାଣସି ପ୍ରକାର ଅସୁବିଧା ହେଲେ ସଂଗେ ସଂଗେ ଉପଜିଲ୍ଲାପାଳଙ୍କ ନଜର କୁ ଆଣିବାକୁ କୁହାଯାଇଛି । ଉପଜିଲ୍ଲାପାଳ ଏହାକୁ ତ୍ୱରାନ୍ନୀତ କରିବେ । ଉପଖଣ୍ଡସ୍ତରରେ ରହିଥିବା ପଶୁ ଚିକିତ୍ସା କେନ୍ଦ୍ର ଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ କୁହାଯାଇଛି । ପୂର୍ତ୍ତବିଭାଗ, କ୍ଷୁଦ୍ର ଜଳସେଚନ, କୃଷି, ଉଦ୍ୟାନ, ମେଡିକାଲ, ବିଦ୍ୟୁତ୍ ଓ ଫାୟାର ବିଭାଗ ମଧ୍ୟ ଉପଜିଲ୍ଲାପାଳ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ବୈଠକରେ ଆସିଷ୍ଟାଣ୍ଡ କଲେକ୍ଟର ଶରତ କୁମାର ପାତ୍ର, ସହକାରୀ ରାଜସ୍ୱ ଅଧିକାରୀ ଅଖିଳ କୁମାର ସାବତ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଜି.ରାଜ ଗୋପାଳ ରାଓଙ୍କ ସମେତ ବିଭିନ୍ନ ଲାଇନଡିପାଟମେଂଟ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ