ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣ ଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦେବା ସହିତ ଉପଖଣ୍ଡ ଅଧୀନରେ ବାକି ରହିଥିବା ସମସ୍ତ କାର୍ଯ୍ୟ ଗୁଡିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଠି ନିର୍ଦ୍ଦେଶ ଦେଇଛନ୍ତିି । ଚଳିତ ମାସର ଆଜି ସୁଦ୍ଧା ଉପଜିଲ୍ଲାପାଳ ନିଜେ ସବ୍ଡିଭିଜନର ୩୦ ଗୋଟି ଆରଆଇ ସର୍କିଲର ନିରୀକ୍ଷଣ କରି ବିଭିନ୍ନ ନଥିପତ୍ର ଯାଞ୍ଚ କରିଥିଲେ । ଫଇସଲା ନ ହୋଇ ପଡି ରହିଥିବା ପ୍ରତ୍ୟେକ ତହସିଲ ଅଧୀନର ମ୍ୟୁଟେସନ୍ ମାମଲା ଗୁଡିକ ତୁରନ୍ତ ଫଇସଲା କରିବାକୁ କୁହାଯାଇଛି । ବସୁନ୍ଧରା ଯୋଜନାରେ ଚିହ୍ନଟ ହୋଇଥିବା ହିତାଧିକାରୀ ତୁରନ୍ତ ପଟ୍ଟା ପ୍ରଦାନ କରିବାକୁ ମଧ୍ୟ ଉପଜିଲ୍ଲାପାଳ କହିଥିଲେ । ସେହିପରି ତହସିଲଦାର ମାନେ ବର୍ଷକୁ ଦିଇଥର ଲେଖାଁଏ ରାଜସ୍ୱ ନିରୀକ୍ଷକ ସର୍କିଲକୁ ଗସ୍ତ କରି ସମସ୍ତ ବିଷୟକୁ ତଦାରଖ କରିବେ । ରାଜସ୍ୱ ନିରୀକ୍ଷକମାନେ ପ୍ରତି ସପ୍ତାହର କାର୍ଯ୍ୟକଳାପର ରିପୋର୍ଟକୁ ତହସିଲକୁ ଜଣାଇବେ । ତହସିଲଦାର ଓ ଅତିରିକ୍ତ ତହସିଲଦାର ମାନେ କୁଆଡେ ଗଲେ ତାହା ପୂର୍ବରୁ ଉପଜିଲ୍ଲାପାଳ ଜଣାଇବେ । ଛାତ୍ରଛାତ୍ରୀଙ୍କ ବିଭିନ୍ନ ଜୁରୁରୀ କ୍ଷେତ୍ରରେ ଆବେଦନ କରୁଥିବା ପ୍ରମାଣ ପତ୍ର ଗୁଡିକୁ ତୁରନ୍ତ ପ୍ରଦାନ କରାଯିବା କ୍ଷେତ୍ରରେ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲଣକୁ ରୋକିବା ସହ ନିୟମିତ ଚଢାଉ ଜାରି ରଖିବାକୁ ତହସିଲଦାରମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଘରବାରି ପଟ୍ଟା ପ୍ରଦାନ ବେଳେ କିସମ ପରିବର୍ତ୍ତନ ବେଳେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେବ । କୃଷି ଓ ଅଣକୃଷି ଜମିକୁ ଚିହ୍ନଟ କରାଯିବ । ଗ୍ରାମକଣ୍ଠକ ପଟ୍ଟା ପାଇଁ ଆବେଦନ ମାମଲାହିତାଧିକାରୀଙ୍କ ଯାଞ୍ଚ କରି ତୁରନ୍ତ ପଟ୍ଟା ପ୍ରଦାନ କରାଯିବ । ଓଏଲଆର୍ ୮(ଏ) ମାମଲା ଗୁଡିକୁ ଏକମାସ ମଧ୍ୟରେ ଫଇସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ମଞ୍ଜୁର ହୋଇଥିବା ଖଲ୍ଲିକୋଟ, ପୁରୁଷୋତ୍ତମପୁର ଏ ବେଗୁନିଆପଡା ବ୍ଲକର ହିତାଧିକାରୀଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବାକୁ କୁହାଯାଇଛି । ଚଳିତ ଆର୍ଥିକ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ରାଜସ୍ୱ ଆଦାୟ ପ୍ରତି ଗୁରୁତ୍ୱ ଦେବାକୁ ତହସିଲଦାର ମାନଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ରାଜସ୍ୱ ସହକାରୀ ଅଧିକାରୀ ଅଖିଳ କୁମାର ସାବତଙ୍କ ସମେତ ଉପଖଣ୍ଡର ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାର ମାନେ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ଉପଖଣ୍ଡସ୍ତରୀୟ ଅବକାରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ପୁଲିସ, ଅବକାରୀ ଓ ପ୍ରଶାସନର ତହସିଲସ୍ତରୀୟ ଅବକାରୀ ସ୍କାଡ୍ ଅଞ୍ଚଳରେ ଚୋରାମଦ କାରବାର ଉପରେ ବ୍ୟାପକ ଚଢାଉ ଜାରି ରଖିବା ପାଇଁ କୁହାଯାଇଛି । ଏହାସହିତ ନୀୟମିତ ମଦ ଦୋକାନ ଗୁଡିକ ଉପରେ ଚଢାଉ କରି ସମସ୍ତେ ଯାଞ୍ଚ କରିବା ଏବଂ ମାଜିଷ୍ଟେଟ ଉପସ୍ଥିତିରେ ମଦ ଭାଟିକୁ ଯାଇ ତାର କେଉ ପରିସ୍ଥି କରାଯାଉଛି ତଦନ୍ତ କରିବାକୁ କୁହାଯାଇଛି । ଏହି ବୈଠକରେ ଛତ୍ରପୁର ଏସ୍ଡିପିଓ ଉକ୍ରଳ କେଶରୀ ଦାଶଙ୍କ ସମେତ ଅବକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।