ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟି ଅଧ୍ୟକ୍ଷତା କରି ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦେବା ସହିତ ଉପଖଣ୍ଡ ଅଧୀନରେ ବାକି ରହିଥିବା ସମସ୍ତ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଇସଲା ନହୋଇ ପଡି ରହିଥିବା ପ୍ରତ୍ୟେକ ତହସିଲ ଅଧୀନର ମ୍ୟୁଟେସନ ମାମଲା ଗୁଡିକ ତୁରନ୍ତ ଫଇସଲା କରିବା । ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ କୁ ରୋକିବା ସହ ନୀୟମିତ ଚଢାଉ ଜାରି କରିବାକୁ ଉପଜିଲ୍ଲାପାଳ ତହସିଲଦାର ମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଘରବାରି ପଟ୍ଟ ପ୍ରଦାନ ବେଳେ କିସମ ପରିବର୍ତ୍ତନ ବେଳେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେବ । କୃଷି ଅଣକୃଷି ଜମିକୁ ଚିହ୍ନଟ କରାଯିବ । ଗ୍ରାମ କଣ୍ଠକ ପଟ୍ଟା ପାଇଁ ଆବେଦନ ମାମଲା, ବସୁନ୍ଧରା ଯୋଜନାରେ ବାସହୀନ ହିତାଧିକାରୀଙ୍କ ଯାଞ୍ଚକରି ତୁରନ୍ତ ପଟ୍ଟା ପ୍ରଦାନ କରାଯିବ । ଓଏଲଆର ୮(ଏ) ମାମଲା ଗୁଡିକୁ ଏକମାସ ମଧ୍ୟରେ ଫଇସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ରାଜସ୍ୱ ଆଦାୟ ପ୍ରତି ଗୁରୁତ୍ୱ ଦେବାକୁ ତହସିଲଦାର ମାନଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଅବକାରୀ ଓ ସମାଜ ଓ ମଙ୍ଗଳ ବିଭାଗର ମଧ୍ୟ ସମୀକ୍ଷା ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ସମୀକ୍ଷା କରିଥିଲେ । ଏହି ବୈଠକରେ ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ ଦୋରା, ଛତ୍ରପୁର ପୁଲିସ ଏସଡିପିଓ ଉକ୍ରଳ କେଶରୀ ଦାଶ, ରାଜସ୍ୱ ସହକାରୀ ଅଖିଳ କୁମାର ସାବତ, ଅବକାରୀ ଏବଂ ସମାଜ ଓ ମଙ୍ଗଳ ବିଭାଗର ଅଧିକାରୀଙ୍କ ସମେତ ସମସ୍ତ ତହସିଲଦାର ମାନେ ଉପସ୍ଥିତ ଥିଲେ ।