ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ଭିସି ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ହଲ ରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପଖଣ୍ଡର ସମସ୍ତ ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଉପସ୍ଥିତ ଥିଲେ l ନିଜ ନିଜ ଅଞ୍ଚଳର ବଳକା ଥିବା ବାଲି ଖାଦାନ ଏବଂ ପଥର ଖାଦାନ କୁ ତୁରନ୍ତ ଚାଲୁ କରିବା ନିମନ୍ତେ ବିଜ୍ଞପ୍ତି ଜାରିକରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ତାଗିଦ୍ କରିଥିଲେ l ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ରାଜସ୍ଵ ଏବଂ ଡି ସି ବି ଲକ୍ଷ୍ୟ ଶତପ୍ରତିଶତ ଭାବେ ପୁରାଣ କରିବାପାଇଁ ସମସ୍ତ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ନଭେମ୍ବର ମାସରେ ସର୍ବମୋଟ 291ଗୋଟି (ଟ୍ରାକ୍ଟର -233 ଏବଂ ଟ୍ରକ -58 )ବେଆଇନ୍ ଭାବେ ବାଲି ପଥର ଓ ମୋରମ୍ ବୋଝେଇ ଟ୍ରକ୍ ଓ ଟ୍ରାକଟର ଧରପଗଡ଼ କରି 76, 68, 000/-ଟଙ୍କାର ରାଜସ୍ବ ଆଦାୟ କରାଯାଇଥିବା ଶ୍ରୀ ପୃଷ୍ଟି ଦର୍ଶାଇ ଥିଲେ ଏବଂ ଏହି ଆର୍ଥିକ ବର୍ଷରେ ଛତ୍ରପୁର ଉପଖଣ୍ଡରେ ଦୁଇକୋଟିର ରାଜସ୍ବ ଆଦାୟ ହୋଇଥିବାରୁ ସମସ୍ତ ତହସିଲଦାର ମାନଙ୍କୁ ପ୍ରଶଂସା କରିଥିଲେ l ଏହି ଧରପଗଡ଼ ଆଗକୁ ମଧ୍ୟ ଜାରିରଖିବା ନିମନ୍ତେ ଗୁରୁତ୍ଵାରୋପ କରିଥିଲେ l ଯେଉଁ ପଥର ଖାଦାନ ଗୁଡ଼ିକ ଆଦେଶ ଠାରୁ ଅଧିକ ପଥର ଆମଦାନୀ କରୁଛନ୍ତି ତାଙ୍କରି ଉପରେ ତୀକ୍ଷଣ ନଜର ରଖିବାକୁ ପରାମର୍ଶ ଦେଇଥିଲେ l ବକେୟା ବେବନ୍ଦୋବସ୍ତ ଏବଂ ଗ୍ରାମକଣ୍ଠ କେସ୍ ଗୁଡ଼ିକୁ ତ୍ୱରାନ୍ୱିତ କରି ହିତାଧିକାରୀ ମାନଙ୍କୁ ପଟା ପ୍ରଦାନ କରିବାକୁ ଜୋର୍ ଦେଇଥିଲେ l ଦାଖଲ ଖାରଜ ମାମଲାରେ ସମୟାନୁବର୍ତ୍ତିତା ହୋଇ ଧାର୍ଯ୍ଯ ସମୟରେ ଫଇସଲା କରିବାକୁ ଆଦେଶ ଦେଇଥିଲେ l ସ୍କୁଲ ଓ କଲେଜ ପିଲା ମାନେ ଦରକାରୀ କରୁଥିବା ସମସ୍ତ ଦରକାରୀ ପ୍ରମାଣ ପତ୍ର ଧର୍ଯ୍ୟ ସମୟର ପୂର୍ବରୁ ଅନ୍ ଲାଇନ୍ ରେ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ l ହିତାଧିକାରୀ ମାନେ ଯେପରି ସମସ୍ତ ସୁବିଧା ଉପଲବ୍ଧ କରିପାରିବେ ସେଥିପାଇଁ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଡ କଲେକ୍ଟର ଅଶୋକ କୁମାର ପ୍ରଧାନ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ