ଛତ୍ରପୁର ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଛତ୍ରପୁର ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡସ୍ତରରେ ସଡକ ଦୁର୍ଘଟଣା ହାର କମ୍ କରାଯାଇପାରିବ ସେଥି ନିମନ୍ତେ ସମସ୍ତେ କାର୍ଯ୍ୟ କରିବା ସହିତ ଲୋକଙ୍କୁ ଉପଯୁକ୍ତ ସଚେତନତା କରାଇବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ପାତ୍ର କହିଥିଲେ । ବିଶେଷ କରି ରାଜ୍ୟ ସରକାରଙ୍କ ତରଫରୁ ହିଟ୍ ବେଂ ରନ୍ ମୋଟର ଯାନ ଦୁର୍ଘଟଣା ମାମଲାର ସହାୟତା , ସୋଲାସିୟମ ଫଣ୍ଡ ସ୍କିମ ଉପରେ ସଚେତନତା କରାଯିବା ସହ ଏହାକୁ ସଠିକ ଭାବେ କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ହିଟ୍ ବେଂ ରନ୍ ମୋଟର ଯାନ ଦୁର୍ଘଟଣା ମାମଲାର ସହାୟତା ବାବଦରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ବେଳେ ଗୁରୁତର ଆହାତ ହୋଇଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ମିଳିବାର ଏହି ସ୍କିମ ରେ ରହିଛି । ଏହାର ପରିଚାଳନା ଦାୟିତ୍ୱ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ଦ୍ୱାରା କରାଯାଏ । ସେହିପରି ଦୁର୍ଘଟଣା ଶିକାର ହୋଇଥିବା ବ୍ୟକ୍ତି ମାନଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ କରାଯାଉଛି । ଗୁଡ ସମରିଟାନ ପଲିସି ଅନୁସାରେ ସଡକ ଦୁର୍ଘଟଣାରେ ଗୁରୁତର ଆହାତ ବ୍ୟକ୍ତିମାନଙ୍କୁ ତୁରନ୍ତ ନିକଟସ୍ଥ ଯେ କୈାଣସି ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାରେ ପହଞ୍ଚାଇଲେ ୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଛତ୍ରପୁର ଉପଖଣ୍ଡସ୍ତରରେ ୨୦୨୧ ବର୍ଷରେ ୨୮୭ଟି ଦୁର୍ଘଟଣା ହୋଇଥିବା ବେଳେ ସେଥିରେ ୧୪୨ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୪୪ଜଣ ଆହତ ହୋଇଛନ୍ତି । ସେହିପରି ୨୦୨୨ବର୍ଷରେ ୩୩୧ଟି ଦୁର୍ଘଟଣା ହୋଇଥିବା ବେଳେ ୧୫୭ଜଣଙ୍କ ମୃତ୍ୟୁ ଘଟିଛି । ସେଥିରୁ ୨୫୧ଜଣ ଆହାତ ହୋଇଛନ୍ତି । ଛତ୍ରପୁର ଉପଖଣ୍ଡସ୍ତରରେ ଜାତୀୟରାଜପଥ ଏବଂ ରାଜ୍ୟ ରାଜପଥ ବ୍ଲକ ସ୍ପଟ ଗୁଡିକ ଚିହ୍ନଟ କରାଯାଇଛି । ବେପୁରିଆ ଗାଡି ଚାଳନା, ମଦ୍ୟ ପାନ କରି ଗାଡି ଚଳାଇବା, ବିନା ହେଲମେଣ୍ଟରେ ଗାଡି ଚଳାଇବା ମାନଙ୍କ ଉପରେ ତୀକ୍ଷଣ ନଜର ରଖି ନୀୟମିତ ଚଢଉ କରିବା ନିମନ୍ତେ ବୈଠକ ରେ କୁହାଯାଇଛି । ଜାତୀୟ ରାଜପଥ କଡ ପାଶ୍ୱର୍ରେ ବେଆଇନ ଭାବେ ଟ୍ରକ ଗୁଡିକ ପାକିଂ କରି ରଖୁଛନ୍ତି ଯାହାଫଳରେ ବହୁବାର ଦୁର୍ଘଟଣା ଘଟୁଛି । ଏହା ଉପରେ ରୋକ ଲାଗାଇବା ସହିତ ସ୍କୁଲ ଓ କଲେଜ ଗୁଡିକରେ ସଡକ ସୁରକ୍ଷା ଉପରେ ସଚେତନତା କରାଇବା ନିମନ୍ତେ କୁହାଯାଇଛି । ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ମେଡିକାଲ ଗୁଡିକରେ ଉତ୍ତମ ଚିକିତ୍ସା କରିବା ନିମନ୍ତେ କୁହାଯାଇଛି । ଏହା ସହିତ ସଡକ ଦୁର୍ଘଟଣା କୁ କିପରୀ ରୋକାଯାଇପାରିବ ଏବଂ ଆହାତ ବ୍ୟକ୍ତି ମାନଙ୍କୁ ସଠିକ ସମୟରେ ମେଡିକାଲରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲ।। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏସଡିପିଓ ଗୈାତମ କିଷାନ , ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଆସିଷ୍ଟାଣ୍ଡ କଲେକ୍ଟର ଅଶୋକ କୁମାର ପ୍ରଧାନ, ଗଂଜାମ ଆରଟିଓ ମାନଓ ରଂଜନ ସାହୁ, ଗଂଜାମ ଏମଭିଆଇ ରବିନ୍ଦ୍ର ନାଥ ଜେନା , ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହ, ଜାତୀୟ ରାଜପଥ ପିଡି ଙ୍କ ସମେତ ସମସ୍ତ ବିଇଓ,ମେଡିକାଲ ଅଫିସର ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।