ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଚାନକ ପରିଦର୍ଶନ କଲେ ଉପଜିଲ୍ଲାପାଳ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଚାନକ ଗୁରୁବାର ଦିନ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଳୟର ବିଭିନ୍ନ ବିଭାଗ ବୁଲି ତଦାରଖ କରିଥିଲେ । ଇନଡ଼ୋର ଓ ଆଉଟଡୋର ବୁଲି ଦେଖିବା ସହ ପାଥୋଲୋଜି ଓ ଟିବି ପରୀକ୍ଷା କେନ୍ଦ୍ର ଏବଂ ନିରାମୟ ଯୋଜନାରେ ରୋଗୀମାନଙ୍କୁ କିପରି ଔଷଧ ଦିଆଯାଉଛି ସେହି ଉପରେ ରୋଗୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହା ସହ ନିର୍ମଳ ଯୋଜନାରେ ଉପଖଣ୍ଡ ଚିକିତ୍ସାଳୟ କିପରି ସଫା ସୁତରା ରହିବ ସେନେଇ ଗୁରୁତ୍ୱାରୋପ କରିଥିଲେ । ଚିକିତ୍ସାଳୟରେ ଲାଗିଥିବା ବାୟୋମେଟ୍ରିକର ଚଳିତ ମଙ୍କସର ସଂପୂର୍ଣ୍ଣ ଉପସ୍ଥାପନ ଉପରେ ମେଡ଼ିକାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡାଙ୍କୁ ପଚାରି ବୁଝିଥିଲେ । ଚିକିତ୍ସାଳୟରେ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ସଂପର୍କରେ ରହିଥିବା ରୋଗୀମାନଙ୍କୁ ପଚାରି ବୁଝିଥିଲେ । ମେ ଆଇ ହେଲପ୍ ଡେସ୍କରରେ ମଧ୍ୟ ବୁଲି ଦେଖିଥିଲେ । ରୋଗୀମାନେ କିପରି ଭଲଭାବେ ଚିକିତ୍ସା ପାଇବେ ସେଥି ପ୍ରତି ଧ୍ୟାନ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ବେଳେ ଆସିଷ୍ଟାଣ୍ଡ କଲେକ୍ଟର ଶରତ କୁମାର ପାତ୍ର, ଡ଼ା. ଜିତେନ୍ଦ୍ର ମୋହନ ବେବର୍ତାଙ୍କ ସମେତ ଚିକିତ୍ସାଳୟର ବିଭିନ୍ନ କର୍ମଚାରୀମାନେ ଉପସ୍ଥିତ ଥିଲେ ।