ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କଲେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷିକା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଗାମୀ ଦିନରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ରାଜ୍ୟରୁ ଏକ କାୟାକଳ୍ପ ଟିମ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଣୁ ବୁଧବାର ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷିକା ଡାକ୍ତର ପ୍ରତିଭା କୁମାରୀ ପାତ୍ର ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଳୟ ପରିସରରେ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ କୁ ବୁଲି ଦେଖିଥିଲେ । ରୋଗୀଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ, ମାଗଣା ଔଷଧ ପ୍ରଦାନ, ଅତ୍ୟାଧୁନିକ ସେବା ସମ୍ବଦ୍ଧରେ ରୋଗୀ ଏବଂ କର୍ମଚାରୀଙ୍କୁ ପଚାରି ବୁଝିଥିଲେ । ଏହି ପରିଦର୍ଶନ ବେଳେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଢ, ଡାକ୍ତର ସୁଦର୍ଶନ ସାହୁ, ଡାକ୍ତର ଅଲେଖ ପ୍ରଧାନ, ହିଞ୍ଜିଳିକାଟୁ ହସ୍ପିଟାଲ ମ୍ୟାନେଜର ମହେଶ୍ୱତା ପାତ୍ର ଓ ଛତ୍ରପୁର ହସ୍ପିଟାଲ ମ୍ୟାନେଜର ଗଣେଷ ନାୟକଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।