ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଜିପିଏସ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ରହିଛି | ଯାହାଫଳରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି | ଏହି ସେବା ନମିଳିବାରୁ ବହୁ ଲୋକ ଅଟୋ ରେ ଭଡାକରି ଆସୁଥିବା ଦେଖିବାକୁ ମିଳିଛି l ଯାହାଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି | ଏପରିକି ସଠିକ ସମୟରେ ୧୦୮ ସେବା ନମିଳିଲେ ତେଵେ ଜୀବନ ଚାଲିଯିବାର ମଧ୍ୟ୍ୟ ଆଶଙ୍କା ରହିଛି ବୋଲି ରୋଗୀଙ୍କ ସମ୍ପର୍କୀୟ ମାନେ କହିଛନ୍ତି | ଅନ୍ୟ ପକ୍ଷରେ ବିଭିନ୍ନ ଦାବି ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଦାବିପତ୍ର ପ୍ରଦାନ କରିଥିଲେ l ଦାବି ପୁରଣ ନ ହେବାରୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଜିପିଏସ ସେବା ବନ୍ଦ କରି ଆନ୍ଦୋଳନ କରିଛନ୍ତି l ସେମାନେ ଜିପିଏସ ବନ୍ଦ କରି ସେବା ଯୋଗାଇବେ ବୋଲି କହିଛନ୍ତି | ଜିପିଏସ ବନ୍ଦ କରିଥିବାରୁ କଲ ଦେବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଅନୁମତି ଦେଉନଥିବା ସେମାନେ କହିଛନ୍ତି | ଏପରିକି ୧୨ ଘଣ୍ଟା ଡ୍ୟୁଟି କରିବାକୁ ବିରୋଧ କରିବା ସହିତ ୧୦୦ ଜଣ କର୍ମଚାରୀଙ୍କୁ ଚାକିରିରୁ ଛଟେଇକୁ ପ୍ରତିବାଦ କରି ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ l