ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ କମିଟିର ଚଳିତ ବର୍ଷର ପ୍ରଥମ ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ଚିକିତ୍ସାଳୟକୁ ଉନ୍ନତ ମାନର ଚିକିତ୍ସାଳୟ ଭାବେ ଗଢିବା ତଥା ବିକାଶ ନିମନ୍ତେ ଡାକ୍ତର ମାନଙ୍କ ଠାରୁ ଆରମ୍ଭ ସମସ୍ତ କର୍ମଚାରୀ ମାନେ ନିଜର ଦାୟିତ୍ୱକୁ ସମ୍ପୁର୍ଣ୍ଣ ଭାବେ ତୁଲାଇବା ଏବଂ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ଦିଗରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀମାନେ ଆନ୍ତରିକତା ସହ କାର୍ଯ୍ୟକରିବାକୁ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଯେତେ ପରିମାଣର ଡାକ୍ତର ଏବଂ କର୍ମଚାରୀ ଅଛନ୍ତି ସେମାନଙ୍କ ଦ୍ୱାରା ଚିକିତ୍ସାଳୟରେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ କହିଛନ୍ତି । ଅଭାବ ରହିଥିବା ଡାକ୍ତର ଏବଂ କର୍ମଚାରୀଙ୍କ ପଦବୀକୁ ପୂରଣ କରିବା ପାଇଁ ପଦକ୍ଷେପ ନିଆଯିବ । ଏଥିସହ ଚିକିତ୍ସାଳୟର ପରିପାଶ୍ୱର୍ ସ୍ୱଚ୍ଛତା, ନିରାମୟ ଯୋଜନାରେ ରୋଗୀଙ୍କୁ ଔଷଧ ପ୍ରଦାନ, ଆମ୍ବୁଲାନ୍ସ ସେବା ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବାର ସୁଧାର ଆଣିବା ନିମନ୍ତେ ପ୍ଲବିକ୍ ଫିଡବେଗ୍ ବକ୍ସ ରଖିବାକୁ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଥିଲେ । ଏହା ଅଗଷ୍ଟ ୧୫ତାରିଖ ସୁଦ୍ଧା ଯେପରି କାର୍ଯ୍ୟକାରୀ ହେବ ସେଥିପ୍ରତି ଗୁରତ୍ୱ ଦେବା ନିମନ୍ତେ ହସ୍ପିଟାଲ ମ୍ୟାନଜରକୁ କହିଥିଲେ । ଏହି ଫିଡବେଗ ବକ୍ସ ରଖିବା ଦ୍ୱାରା ଚିକିତ୍ସାଳୟକୁ ଆସୁଥିବା ରୋଗୀ ମାନେ ସେମାନଙ୍କୁ କିପରି ଚିକିତ୍ସା ଚିକିତ୍ସାଳୟରେ ପ୍ରଦାନ କରାଯାଉଛି ଏବଂ ଅ୍ଧମ କଣ ଆବଶ୍ୟକ ରହିଛି ତାହା ଉପରେ ନିଜ ମତାମତ ଲେଖି ବକ୍ସ ରେ ପକାଇପାରିବେ । ଏହାଦ୍ୱାରା ଚିକିତ୍ସାଳୟ ର ଚିକିତ୍ସାରେ ସୁଧାର ଆସିବାରେ ବହୁ ପରିମାଣରେ କାର୍ଯ୍ୟ କରିବ ବୋଲି ଉପଜିଲ୍ଲାପାଳ କହିଥିଲେ । ଚିକିତ୍ସାଳୟରେ ଉନ୍ନତମାନର ଟଏଲେଟ୍ କରିବା ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ପ୍ଲାନ ପ୍ରସ୍ୁତ କରି ଖୁବ୍ କାର୍ଯ୍ୟକରିବା ଉପରେ କୁହାଯାଇଥିଲ।। ଚିକିତ୍ସାଳୟ ପରିସରରେ ଶବବ୍ୟବଚ୍ଛେଦ ନକରି ପୂର୍ବରୁ ଯେଉଁ ଜାଗାରେ ହେଉଥିଲ।। ସେଠାରେ କରିଲେ ଭଲହେବ ବୋଲି ଅଧିକାଂଶ ସଦସ୍ୟ କହିଥିଲେ । ଲକ୍ଷ୍ୟ ପୂରଣ ସକାଶେ ପ୍ରସୂତୀ ଓ ଲେବରଟି ରୁମ୍ ବିଭିନ୍ନ କାର୍ଯ୍ୟ କରିବା ନିମନ୍ତେ କୁହାଯାଇଥିଲ।। ଚକିତ୍ସାଳୟରେ ଅଧିକ ଭୋଲଟର ଜେନେରେଟର ଆଣିବା ପାଇଁ ଆଲୋଚନା ହୋଇଥିଲ।। ଚିକିତ୍ସାଳୟ ପରିସରରେ ପୁର୍ତ୍ତ ବିଭାଗ ଦ୍ୱାରା ଚାଲିଥିବା ବିଭିନ୍ନ କାର୍ଯ୍ୟ ଗୁଡିକୁ ନିର୍ଧାରିତ ସମୟରେ ସଂପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଚିକିତ୍ସାଳୟର ରହିଥିବା ମୁଖ୍ୟ ଡ୍ରେନଜ୍ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ କୁହାଯାଇଛି । ବାକି ରହିଥିବା ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କମିଟିର ସଦସ୍ୟମାନଙ୍କ ମତାମତ ନେଇ କାର୍ଯ୍ୟ ଗୁଡିକୁ ସମ୍ପାଦାନ କରାଯିବ । ହସ୍ପିଟାଲର ମ୍ୟାନଜର ସନ୍ତୋଷ କୁମାର ପଣ୍ଡା ଗତ ବୈଠକର ବିବରଣୀ ପାଠ କରିବା ସହ ଏହି ବୈଠକର ଏଜେଣ୍ଟା ବିଷୟକୁ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଡ କଲେକ୍ଟର ଶରତ କୁମାର ପାତ୍ର, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ପୁର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜି.ରାଜଗୋପାଳ ରାଓ, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ କୁମାର ପଟ୍ଟନାୟକ,, ରୋଗୀ କଲ୍ୟାଣ ସମିତିର ସଦସ୍ୟ ବସନ୍ତ କୁମାର ମହାରଣା. ବିଜୟକୃଷ୍ଣ ପଟ୍ଟନାୟକ, କୃପାସିନ୍ଧୁ ପଣ୍ଡା, ସୂବର୍ଣ୍ଣମାଳା ବିଷୋୟୀ, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ମଳୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତା ଧନ୍ୟବାଦ ଅର୍ପଣ କରିଥିଲେ ।