ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାୟାକଳ୍ପ ଟିମ୍
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ମେଡ଼ିକାଲ ଗୁଡ଼ିକରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ସ୍ୱଚ୍ଛତା ହିଁ ସେବା ନୀତିକୁ ଯାଂଚ କରିବା ପାଇଁ ବୁଧବାର ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟକୁ ରାଜ୍ୟ କାୟାକଳ୍ପ ଆକଳନ ଟିମ୍ ର ଏକ ତିନିଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ । ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ଚାଇଲ୍ଡ ହେଲଥ୍ ଡ଼. ପ୍ରତିଭା ପ୍ରଧାନ ଟିମ୍ ମୁଖ୍ୟ, ଆୟୁଶ ମୁଖ୍ୟ ଡ଼ଃ. ଅଶିତ କୁମାର ମହାନ୍ତି, ଡ. ଇତିଶ୍ରୀ ମହାପାତ୍ର, ଡ଼ିପିଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀ, ସିଡ଼ିଏମଓ ଅଫିସର ସଞ୍ଜୟ ପରିଡ଼ା ପ୍ରମୁଖ ପରିଦର୍ଶନ କରିଥିଲେ । ମେଡ଼ିକାଲର ଡ୍ରେସିଂ ରୁମ୍ , ମାଇନର ଓଟି, ଡାକ୍ତର ଜରୁରୀକାଳୀନ କକ୍ଷ, ଆଶା ଗୃହ, ଔଷଧ ବିତରଣ କେନ୍ଦ୍ର ନିରାମୟ, ହେଲପ୍ ଡେସ୍କ, ଓପିଡ଼ି, ଏକ୍ସରେ ରୁମ୍, ଲେବର୍ ରୁମ୍ , ଏନ.ବିଏସକ୍ୟୁଓଟି, ଇଣ୍ଡର ୱାର୍ଡ଼, ଟଏଲେଟ୍, ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର, ହଇଜା ୱାର୍ଡ, ଏନଆରସି, ଆରଏନଟିସିପି, ଆଇସିଟିସିଏସ, ଇଂଟିଗ୍ରେଟେଡ ଲେବ୍, ଶବ ବ୍ୟବଚ୍ଛେଦ ଗୃହ, ଷ୍ଟାଫ୍ କ୍ୱାଟର୍ସ, ମେଡ଼ିକାଲ ପାଚେରୀ, ପିଇବା ପାଣି ପ୍ରମୁଖ ଠାରେ ସ୍ୱଚ୍ଛତା ଓ ସେବାକୁ ତନ୍ନ ତନ୍ନ ଯାଂଚ କରିବା ସହ ବିଭାଗର ଡ଼ାକ୍ତର, ଫାର୍ମାସିଷ୍ଟ, ନର୍ସ, ସଫେଇ କର୍ମଚାରୀ, ସିକ୍ୟୁରିଟି ଗାର୍ଡ଼, ଏକ୍ସରେମ୍ୟାନ୍ ସମେତ ସମସ୍ତ କର୍ମଚାରୀମାନଙ୍କୁ ବିଭିନ୍ନ ତଥ୍ୟ ପଚାରି ବୁଝିଥିଲେ । ସେହିଭଳି ମେଡ଼ିକାଲକୁ ଆସିଥିବା ବିଭିନ୍ନ ରୋଗୀ ଓ ପରିବାରବର୍ଗଙ୍କୁ ରୋଗୀସେବା ଉପରେ ପଚାରି ବୁଝିଥିଲେ । ମେଡ଼ିକାଲ ଠାରେ ସମସ୍ତ ବିଭାଗର ସ୍ୱଚ୍ଛତା ଓ ସେବା ଉପରେ ସନ୍ତୋଷ ପ୍ରକାଶ କରିଥିଲେ । ମେଡ଼ିକାଲ ପରିସରର ସମସ୍ତ ସ୍ଥାନରେ ସଫା ସୁତରା ରହିଥିବା, ବହୁ ରୋଗୀ ଛତ୍ରପୁର ମେଡ଼ିକାଲ ଉପରେ ନିର୍ଭର କରିଥିବାରୁ ଖୁସୀ ଜାହିର କରିଥିଲେ । ରୋଗୀଙ୍କ ତୁଳନାରେ ମେଡ଼ିକାଲରେ ଡ଼ାକ୍ତର ଅଭାବ ଥିବା ଅନୁନ୍ଧାନରୁ ଜାଣି ପାରିଥିଲେ । ଏହି ପରିଦର୍ଶନରେ ହସପିଟାଲର ଅଧ୍ୟକ୍ଷ କାହ୍ନୁଚରଣ ପାତ୍ରଙ୍କ ସମେତ ମେଡ଼ିକାଲର ସମସ୍ତ ଡ଼ାକ୍ତର, ନର୍ସ, କର୍ମଚାରୀ ମାନେ ଉପସ୍ଥିତ ଥିଲେ ।