ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ପରିଦର୍ଶନ କଲେ ଡିଆରଡିଏ ପିଡି

ଛତ୍ରପୁର,(ଦେବଦତ୍ତ ମହାରଣା): ଡିଆରଡିଏ ପିଡି ଶିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଆଜି ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆସନ୍ତା ୧୬ ତାରିଖ ଦିନ ହେବାକୁ ଥିବା କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମର ମଧ୍ୟ ଭିତ୍ତିଭୁମି ର ତଦାରଖ କରିବା ସହିତ ଟୀକାକରଣ କକ୍ଷ,ପଞ୍ଜୀକରଣ କକ୍ଷ , ଟୀକାକରଣ ଅଧିକାରୀ ମାନଙ୍କ ରହିବା କକ୍ଷ ସମେତ ଟୀକାକରଣ କାର୍ଯ୍ୟକ୍ରମ ର କିପରି ପୂର୍ବ ପ୍ରସ୍ତୁତି ଚାଲିଛି ତାହାର ଅନୁଧ୍ୟାନ ମଧ୍ୟ କରିଥିଲେ ପିଡି । ଏହା ସହ ଚିକିତ୍ସାଳୟରେ ପ୍ରଥମ ପର୍ଯ୍ୟାୟରେ କେତେଜଣଙ୍କୁ ଟୀକା ପ୍ରଦାନ କରାଯିବ ସେନେଇ ହଷ୍ପିଟାଲ ମ୍ୟାନେଜର ଙ୍କ ସହ ଆଲୋଚନା କରିଥିଲେ । ଚିକିତ୍ସାଳୟ କୁ ଆସୁଥିବା ରୋଗୀମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ସହ ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣା ଔଷଧ ମିଳୂଛି କି ନାହିଁ ତାହାର ମଧ୍ୟ ସେ ତଦାରଖ କରିଛନ୍ତି । ଚିକିତ୍ସାଳୟ ପରିସରରେ ଥିବା ନିରାମୟ କେନ୍ଦ୍ର , ଆଉଟଡୋର ଓ ଇନଡୋର ୱାର୍ଡ ବୁଲି ରୋଗୀ ମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଜାନୁଆରୀ ୧୫ ଶୁକ୍ରବାର ଦିନ ଚିକିତ୍ସାଳୟକୁ କାୟାକଳ୍ପ ର ଟିମ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଣୁ ଅଧିକ ରୁ ଅଧିକ ନମ୍ବର ମିଳିବ ସେଥି ନିମନ୍ତେ ଚିକିତ୍ସାଳୟ ପରିସରରେ ସଫେଇ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ମଧ୍ୟ ପିଡି ବୁଲି ଦେଖିଥିଲେ । ଚିକିତ୍ସାଳୟର ୧୩୬ ଜଣ କର୍ମଚାରୀ ଟିକାକରଣ ନିମନ୍ତେ ପଞ୍ଜୀକରଣ କରିଛନ୍ତି । ଏହାର ସୁପରିଚାଳନା ନିମନ୍ତେ ଏକ ୫ ଜଣିଆ ଟିମ୍ ଗଠନ କରାଯାଇଛି । ଟିକାକରଣ ବେଳେ କୌଣସି ପାଶ୍ୱର୍ ପ୍ରତିକ୍ରୟା ଦେଖାଗଲେ ତାହାର ତଦାରଖ କରିବା ପାଇଁ ଛତ୍ରପୁର ଚିକିତ୍ସାଳୟର ଡାକ୍ତର ନିକୁଞ୍ଜ ବିହାରୀ ଦାସ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ବୋଲି ହଷ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଏହି ପରିଦର୍ଶନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସୁଦର୍ଶନ ସାହୁ, ଆସିଷ୍ଟାଣ୍ଡ ମେଟ୍ରୋନ ଗୀତାଞ୍ଜଳୀ ବେହେରା, ମେଡିସିନ କକ୍ଷର ଦାୟିତ୍ୱରେ ଥିବା ସେବିକା ପ୍ରତିଭା ପଣ୍ଡା, ମହିଳା ସ୍ୱାସ୍ଥ୍ୟ କର୍ମୀ ବନଲତା ମିଶ୍ର , ନିର୍ମଳ ସୁପରଭାଇଜର ରବି ନାରାୟଣ ବେହେରା, ସିକ୍ୟୁରିଟି ସୁପରଭାଇଜର ଟି. ନାରସୁମିଲୁ ରେଡ୍ଡିଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ