ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା, ମୁନିସିପେଣ୍ଠ ଓ କେଲୁଆପଲ୍ଲୀ ସିଏଚ୍‌ସିକୁ ମିଳିଲା ଆଇଏସ୍‌ଓ ପ୍ରମାଣପତ୍ର

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା, ମୁନିସିପେଣ୍ଠ ଓ କେଲୁଆପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୁଣାତ୍ମକ ସେବା ପରିଚାଳନା ବ୍ୟବସ୍ଥା ପାଇଁ ଆଇଏସ୍‌ଓ ପ୍ରମାଣପତ୍ର ମିଳିଥିବା ସୂଚନା ମିଳିଛି । ଓପିଡି,ଆଇପିଡି, ଜରୁରୀକାଳୀନ ସେବା, ନିଦାନ ପ୍ରୋଗ୍ରାମ୍ ଅଧୀନରେ ନିରାକରଣ ସେବା, ନିରାମୟ ଅଧୀନରେ ଔଷଧ ମାଗାଣା ବଣ୍ଟନ, ପରିବାର ଯୋଜନା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା, ପ୍ରତିରୋପଣ ସେବା ଓ ରୋଗ ନିୟନ୍ତ୍ରଣରେ ଗୁଣାତ୍ମକ ସେବା ପରିଚାଳନା ବ୍ୟବସ୍ଥା ଆଦି ବଜାୟ ରଖିଥିବା ଲାଗି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ଓ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୯୦୦୧-୨୦୧୫ ଆଇଏସ୍‌ଓ ପ୍ରମାଣପତ୍ର ମିଳିଥିବାରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ ଏବଂ ରୋଗୀ କଲ୍ୟାଣ ସମିତିର ସମସ୍ତ ସଭ୍ୟମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଉପରୋକ୍ତ ଗୁଣାତ୍ମକ ସେବା ପରିଚାଳନା ବ୍ୟବସ୍ଥା ଲାଗି ରଙ୍ଗେଇଲୁଣ୍ଡା ବ୍ଲକ କେଲୁଆପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ଏହି ଆଇଏସ୍‌ଓ ପ୍ରମାଣପତ୍ର ମିଳିଛି । ପୂର୍ବରୁ ଏହି ସେବା ଲାଗି ବ୍ରହ୍ମପୁର ସିଟି ହସ୍ପିଟାଲ ସମେତ ଜିଲ୍ଲାର ୧୧ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଇଏସ୍‌ଓ ପ୍ରମାଣପତ୍ର ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ