ଛତ୍ରପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟଙ୍କ କାର୍ଯାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ ୧୯ ହଜାର ଟଙ୍କା ପ୍ରଦାନ

ଛତ୍ରପୁର:ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧିନସ୍ଥ ଛତ୍ରପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ତଥା ପ୍ରାଣୀ ଚିକିତ୍ସାଳୟ ର ସମସ୍ତ କର୍ମଚାରୀଙ୍କ ତରଫରୁ କରୋନା ମହାମାରୀ ମୁକାବିଲା ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୯ ହଜାର ଟଙ୍କା ଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ଗୋଟିଏ ଦିନର ଦରମା ଦାନ ଅନୁରୋଧକୁ ରକ୍ଷା କରି ପ୍ରାୟ ସମସ୍ତ କର୍ମଚାରୀ ଗୋଟିଏ ଦିନର ଦରମା ଠାରୁ ଅଧିକ ଦାନ ଦେଇଥିବା ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା.ଅମିତାଭ ପଣ୍ଡା ପ୍ରକାଶ କରିଛନ୍ତି । ଉପନିର୍ଦ୍ଦେଶକ ଡା.ଶିବ କୁମାର ମହାନ୍ତି, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା.ପତିତ ପାବନ ରଥ, ବରିଷ୍ଠ ସହାୟକ ସୀମାଂଚଳ ସ୍ୱାଇଁଙ୍କ ସମେତ ସମସ୍ତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହି ଅର୍ଥ ଦାନ କରିଛନ୍ତି । ଏତଦ ବ୍ୟତୀତ ଜରୁରୀ ପରିସ୍ଥିତି ନହେଲେ ପ୍ରାଣୀ ସମ୍ପଦ ଚିକିତ୍ସା ନିମନ୍ତେ ପ୍ରାଣୀ ଚିକିତ୍ସାଳୟ ନ ଆସିବାକୁ ଡା.ପଣ୍ଡା ଅନୁରୋଧ କରିଛନ୍ତି । ଆବଶ୍ୟକସ୍ଥଳେ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଡା.ପତିତ ପାବନ ରଥଙ୍କୁ ୮୭୬୩୪୧୩୨୫୮ ନମ୍ବରରେ ଯୋଗାଯୋଗ କରିବା ସହ ଚିକିତ୍ସା ସମ୍ବନ୍ଧୀୟ ଉପଦେଶ ପାଇବା ନେଇ ଡା.ପଣ୍ଡା ଅବଗତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ