ଛତ୍ରପୁର ଉପଖଣ୍ଡ ର କୋଭିଡ ସ୍ଥିତି ସମ୍ପର୍କ ରେ ଅତିରିକ୍ତ ଜିଲ୍ଲାପାଳଙ୍କ ସୂଚନା
ଛତ୍ରପୁର , (ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର ସବୁ ଜିଲ୍ଲାର ଠାରୁ ଶୀର୍ଷରେ ରହିଛି ଏହି ଜିଲ୍ଲା । ତେବେ କିଭଳି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବ ଓ ସଂକ୍ରମିତ ମାନଙ୍କୁ କିଭଳି ଉତ୍ତମ ଚିକିତ୍ସା ସେବା ମିଳି ପାରିବ ଓ ବିଭିନ୍ନ କୋଭିଡ୍ ହସପିଟାଲ ଓ କୋଭିଡ୍ କେୟାର ସେଣ୍ଟରର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଫୋକସରେ ଏବେ ଗଞ୍ଜାମ ଜିଲ୍ଲା । ଏହା ସହ ଜିଲ୍ଲାରେ କୋଭିଡ୍ ପରିଚାଳନା ସୂଚାରୁ ଭାବେ କରିବା ଲାଗି ସବ-ଡିଭିଜିନ ସ୍ତରରେ ଜଣେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଛି । ଏହି କ୍ରମରେ ଛତ୍ରପୁର ସବ- ଡିଭିଜନର କୋଭିଡ୍ ପରିଚାଳନା ଦାୟିତ୍ୱ ଆଇଏସ ଅଧିକାରୀ ପାରୁଲ୍ ପାଟୱାରୀଙ୍କୁ ଦିଆଯାଇଛି । ତେବେ ଏହି ସବ- ଡିଭିଜନରେ କିଭିଳି କୋଭିଡ୍ ପରିଚାଳନା ରହିଛି ସେନେଇ ଛତ୍ରପୁରଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ଅତିରିକ୍ତ ଜିଲାପାଳ ପାରୁଲ୍ ପାଟୱାରୀ । ଗତ ଏକ ସପ୍ତାହରେ ଛତ୍ରପୁର ସବ ଡିଭିଜନରେ ପ୍ରତ୍ୟେକ ଦିନ ୮୧୪ ଜଣଙ୍କ ଆଣ୍ଚିଜେନ ଓ ଆରଟିପିସିଆର ମାଧ୍ୟମରେ ପରୀକ୍ଷା କରାଯାଇଥିବା ବେଳେ ମୋଟ ୨୧ ହଜାର ୨ଶହ ୨୨ ଜଣ ଟେ ଟେଷ୍ଟ କରାଯାଇଛି । ହୋମ ଆଇସୋଲେସନରେ ୪ଶହ ୫୪ଜଣ , କୋଭିଡ୍ କେୟାର ହସପିଟାଲରେ ୧୭୯ଜଣ , କୋଭିଡ୍ କେୟାର ସେଣ୍ଟରରେ ୬୫ଜଣ ଓ କୋଭିଡ୍ ହସପିଟାଲରେ ୫୮ ଜଣ ରହିଥିବା ବେଳେ ୧୫ଶହ ୮୫ଜଣ ହୋମ କ୍ୱାରାଣ୍ଚାଇନରେ ଅଛନ୍ତି । ସବ ଡିଭିଜନରେ ୩୨ଟି ପଞ୍ଚାୟତ ଆମ୍ୱୁଲାନସ ଓ ୧୬ଟି ଅକ୍ସିଜେନ ବ୍ୟବସ୍ଥା ଥିବା ଆମ୍ୱୁଲାନସ ୮ଟି ବ୍ଳକ ଓ ୯ଟି ପୌରାଞ୍ଚଳରେ ରଖାଯାଇଛି । ସେହିଭଳି କରୋନାରୁ ଆରୋଗ୍ୟ ଲାଭ କରିଥିବା ୧୧୪ଜଣ ସ୍ୱଚ୍ଚାସେବୀ ପ୍ଲାଜମା ଦାନ କରିବା ଲାଗି ପଞ୍ଜିକରଣ କରାଯାଇଛି । ୮୧ ଜଣ କୋଭିଡ୍ ଯୋଦ୍ଧା ମାନେ କୋରନାରୁ ଆରୋଗ୍ୟ ଲାଭ କରିବା ପରେ କୋଭିଡ୍ ବନ୍ଧୁଭାବେ ସଚେତନତା ଓ କାଉନସିଲିଂ କରିବା ଲାଗି ନିୟୋଜିତ କରାଯାଇଛି । ଗ୍ରାମାଞ୍ଚଳରେ ୨ହଜାର ୫ଶହ ୬ଜଣ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୮୭୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ଓ ୬୧୯ ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି ଓ ୧୬ ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିଭଳି ସହରାଞ୍ଚଳରେ ୯୬୨ ଜଣ ପଜିଟିଭଙ୍କ ମଧ୍ୟରୁ ୭୦୮ ଜଣ ଆରୋଗ୍ୟ ଲାଭି କରିଥିବା ବେଳେ ୨୩୬ଜଣ ଚିକିତ୍ସିତ ହେଉଛନ୍ତି ଓ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଛତ୍ରୁପୁର ସବ ଡିଭିଜିନରେ ମୋଟ୍ ୪୦୩ଜଣ କୋଭିଡ୍ ୱାରିଅର ପଜିଟିଭି ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ମୋଟ ୯୫୧ ଗାଁରୁ ୭୪୧ ଅର୍ଥାତ ୭୮ଶତକଡ଼ା ଗ୍ରୀନ ଜୋନରେ ରହିଛି ଓ ସହରାଞ୍ଚଳର ୧୩୬ଟି ୱାର୍ଡ ମଧ୍ୟରୁ ୬୯ଟି ଅର୍ଥାତ ୫୧ ଶତକଡ଼ା ଗ୍ରୀନ ଜୋନରେ ରହିଛି । ଗ୍ରାମ ପଞ୍ଚାୟତ ଗୁଡିକରେ ୧୭୯ଟି କୋଭିଡ୍ କେୟାର ହୋମ ରେ ୧୮୦୧ ଶଯ୍ୟା ଓ ସହରାଞ୍ଚଳରେ ୯ଟି କୋଭିଡ୍ କେୟାର ହୋମରେ ୧୮୫ ଶଯ୍ୟା ବିଶିଷ୍ଟ ବ୍ୟବସ୍ଥା କରାଯାଇଛି । ଏହା ଛଡା ଲୋକଙ୍କୁ ସାମାଜିକ ଦୂରତା ଓ ମାସ୍କ ପରିଧାନ ପାଇଁ ସଚେତନତା କରାଯାଉଥିବା ବେଳେ ଫାଇନ ମଧ୍ୟ ଆଦାୟ କରାଯାଉଛି । କୋରନାକୁ ମୁକାବିଲା କରିବା ଲାଗି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ୨୬୩୫ ଜଣଙ୍କୁ କୋଭିଡ୍ ମନିଟର ଭାବେ ନିୟୋଜିତ କରାଯାଇଥିବା ନେଇ ଛତ୍ରପୁର ସବ ଡିଭିଜନର କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ତଥା ସ୍ୱତନ୍ତ୍ର ଅତିରିକ୍ତ ଜିଲାପାଳ ପାରୁଲ ପାରୁଲ ପାଟୱାରୀ ସୂଚନା ଦେଇଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ଛତ୍ରପୁପ ଉପ- ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ କୁମାର ଦୋରା, ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥି ମଧ୍ୟ ଉପସ୍ଥିତ ଥିଲେ ।