ଛତ୍ରପୁର ଉପଖଣ୍ଡ ସ୍ତରୀୟ ମଲ୍ଟି ଡିସିପ୍ଲିନ ସ୍କ୍ୱାର୍ଡର ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ମଙ୍ଗଳବାର ଛତ୍ରପୁର ଉପଖଣ୍ଡ ସ୍ତରୀୟ ମଲ୍ଟି ଡିସିପ୍ଲିନ ସ୍କ୍ୱାର୍ଡର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଅଧ୍ୟକ୍ଷତା କରି ବେଆଇନ ମଦ କାରାବାର ଓ ଗଞ୍ଜେଇ କାରାବାର ଉପରେ ନିୟମିତ ଚଢାଉ କରିବା ନିମନ୍ତେ ଉଭୟ ପୋଲିସ୍ ଓ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତହସିଲ, ପୋଲିସ ଓ ଅବକାରୀ ବିଭାଗର ମିଳିତ ଭାବେ ଏହି ବେଆଇନ କାରାବାର ଉପରେ ତହସିଲୱାରୀ ଚଢାଉ କରିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି । ଏହା ସହିତ ବିଦେଶୀ ମଦ ଦୋକାନ ଗୁଡିକରେ ନିୟମିତ ଷ୍ଟକ ଯାଂଚ କରିବା ନିମନ୍ତେ କୁହାଯାଇଛି । ଉପଖଣ୍ଡ ସ୍ତରରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣକୁ ପ୍ରତିହତ କରିବା ପାଇଁ କଡା ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମ କଣ୍ଟକ ଗୁଡିକ ଫେବୃଆରୀ ସୁଦ୍ଧା ଶେଷ କରିବା ନିମନ୍ତେ କୁହାଯାଇଥିବା ବେଳେ ସୌରାତ୍ ଗୁଡିକରେ ଟିକସ ଆଦାୟ କରିବା ନିମନ୍ତେ କୁହାଯାଇଛି । ଏହା ସହିତ ଲକ୍ଷ ଧାର୍ଯ୍ୟ ଅନୁସାରେ ସମସ୍ତ ତହସିଲ ସ୍ତରରେ ରାଜସ୍ୱ ଆଦାୟ ଦିଗରେ କାର୍ଯ୍ୟ କରିବା ପାଇଁ ଉପଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଔଷଧ ଦୋକାନ ଗୁଡିକରେ ବେଆଇନ କଫ ସିରାଫ୍ କାରାବାର ଉପରେ ଧରପଗଡ କରିବା ନିମନ୍ତେ ଏହି ବୈଠକରେ ଆଲୋଚନା ହୋଇଥିବା ବେଳେ ଡ୍ରଗ୍ସ ବିଭାଗ ପକ୍ଷରୁ କର୍ମଚାରୀ ମାନେ ତହସିଲ ସ୍ତରରେ ସମସ୍ତ ଔଷଧ ଦୋକାନ ଗୁଡିକ ଏ ଦିଗରେ ଯାଂଚ ପ୍ରକ୍ରିୟାକୁ ତ୍ୱରାନ୍ନିତ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ପାତ୍ର କହିଥିଲେ । ସେହିପରି ଔଷଧ ଦୋକାନ ଗୁଡିକରେ ବେଆଇନ ଔଷଧ କାରାବାର ଉପରେ ତୀକ୍ଷଣ ନଜର ରଖିବା ପାଇଁ କୁହାଯାଇଥିଲା । ଏହି ବୈଠକରେ ଛତ୍ରପୁର ଏସଡିପିଓ ଗୌତମ କିସାନ, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ, ପୋଲିସ୍‌, ଅବକାରୀ ଓ ସମସ୍ତ ତହସିଲଦାର ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ