ଛତ୍ରପୁର ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ରେ ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା  ବୈଠକ ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ   ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପଖଣ୍ଡ ସ୍ତର ସମସ୍ତ ତହସିଲଦାର,  ଅତିରିକ୍ତ ତହସିଲଦାର  ଉପସ୍ଥିତ ଥିଲେ l  ନିଜ ନିଜ ଅଞ୍ଚଳର ବନ୍ଦ  ଥିବା ବାଲି ଖାଦାନ ଏବଂ ପଥର ଖାଦାନ କୁ ତୁରନ୍ତ ଚାଲୁ କରିବା ନିମନ୍ତେ ବିଜ୍ଞପ୍ତି ଜାରି କରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଉପଜିଲ୍ଲାପାଳ ଶ୍ରୀ ଭୋଇ କହିଥିଲେ l ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା  ରାଜସ୍ଵ ଏବଂ ଡି ସି ବି ଲକ୍ଷ୍ୟ ଶତପ୍ରତିଶତ ଭାବେ ପୂରଣ କରିବାପାଇଁ  ସମସ୍ତ ତହସିଲଦାର ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ l  ସରକାରୀ ଜମି  ଚି଼ହ୍ନଟ କରି ତାର ସୁରକ୍ଷା ନିମନ୍ତେ ଗୁରୁତ୍ୱ ଦେଇଥିଲେ  l ଲଘୁ ଖଣିଖାଦନର ସୁଚାରୁ ପରିଦର୍ଶନ କରି ବେଆଇନ ଆମଦାନୀ ଓ ରପ୍ତାନି ଉପରେ ତୀକ୍ଷଣ ଦୃଷ୍ଟି ଦେବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ l ବକେୟା ବେବନ୍ଦୋବସ୍ତ ଏବଂ ଗ୍ରାମକଣ୍ଠ କେସ୍ ଗୁଡ଼ିକୁ ତ୍ୱରାନ୍ୱିତ କରି ହିତାଧିକାରୀ ମାନଙ୍କୁ ଶୀଘ୍ର ପଟା ପ୍ରଦାନ କରିବାକୁ ଜୋର୍ ଦେଇଥିଲେ l ଦାଖଲ ଖାରଜ ମାମଲାରେ ସମୟାନୁବର୍ତ୍ତିତା ହୋଇ ଧାର୍ଯ୍ୟ ସମୟରେ ଫଇସଲା କରିବାକୁ ଆଦେଶ ଦେଇଥିଲେ l ସହରାଞ୍ଚଳର ବସ୍ତିବାସିନ୍ଦାଙ୍କ ଥଇଥାନ ନିମନ୍ତେ ବକେୟା ଥିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି  ହିତାଧିକାରୀ ମାନେ ଯେପରି ସମସ୍ତ ସୁବିଧା ଉପଲବ୍ଧ କରିପାରିବେ ସେଥିପାଇଁ  ଧ୍ୟାନ ଦେବାପାଇଁ ଉପଜିଲ୍ଲାପାଳ ଶ୍ରୀ ଭୋଇ ପରାମର୍ଶ ଦେଇଥିଲେ  l ସରକାରଙ୍କ 5 ଟି ଓ ମୋ ସରକାର କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁପାଳନ କରି ଜନସାଧାରଣଙ୍କ ସର୍ବାଙ୍ଗୀନ ସୁବିଧା ଦେବା ଦିଗରେ ଗୁରୁତ୍ୱ ଆରୋପ କରିଥିଲେ l ରାଜସ୍ୱ ରଥ ଓ ମୋ ଗାଁରେ ତହସିଲ ମାଧ୍ୟମରେ ରାଜସ୍ୱ ସେବା ଜନସାଧାରଣଙ୍କ ନିକଟରେ ପହଁଚାଇବା ନିମନ୍ତେ ଆଲୋଚନା ହୋଇଥିଲା l ସମସ୍ତ ସରକାରୀ ତଥା ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକର ପଟା ତୁରନ୍ତ ପ୍ରଦାନ ନିମନ୍ତେ ଶ୍ରୀ ଭୋଇ ଗୁରୁତ୍ୱ ଦେଇଥିଲେ l ପ୍ରାକୃତିକ ଦୃଘଟଣା ଜନିତ ଆର୍ଥିକ ସହାୟତା  ତୁରନ୍ତ  ସରକାରଙ୍କ ଧାର୍ଯ୍ୟ ଅନୁଯାଇ ହିତାଧିକାରୀଙ୍କ ନିକଟରେ ପହଁଚାଇବା ନିମନ୍ତେ ସମସ୍ତ ପଦକ୍ଷେପ ଯଥାଶୀଘ୍ର ଗ୍ରହଣ କରିବା ନିମନ୍ତେ ଉପଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ l  ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ  ଅଶୋକ କୁମାର ପ୍ରଧାନ ଓ ବିକ୍ରମ କୁମାର ଦୋରା, ବିଭାଗୀୟ ଅଧିକାରୀ  ପ୍ରଶାନ୍ତ କୁମାର ଶତପଥୀ,  ଏବଂ ବରିଷ୍ଠ ରାଜସ୍ୱ ସହାୟକ ମଧୁସ୍ମିତା ନାୟକ  ପ୍ରମୁଖ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ