ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୮ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ
ଛତ୍ରପୁର, (ଦେବଦତ୍ତ ମହାରଣା) : ବୁଧବାର ତୃତୀୟ ଦିନରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ବିଭିନ୍ନ ଦଳର ୮ ଜଣ ଜିଲ୍ଲାପରିଷଦ ସଭ୍ୟ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥଇବସୁଚନା ମିଳିଛି । ସେମଙ୍କମଧ୍ୟରେ କବିସୂର୍ଯ୍ୟନଗର ବ୍ଲକର ୫ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ନିମନ୍ତେ କଂଗ୍ରେସ ଦଳର ପ୍ରାର୍ଥୀ ଜାନକୀ ବଲ୍ଲଭ ମହାନ୍ତି, ୬ନଂ ଜିଲ୍ଲାପରିଷଦ ଜୋନ୍ ସଭ୍ୟ ନିମନ୍ତେ କଂଗ୍ରେସ ଦଳର ପ୍ରାର୍ଥୀ ଅପୂର୍ବ କୁମାରୀ ଜେନା, ୭ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ନିମନ୍ତେ କଂଗ୍ରେସ ଦଳର ପ୍ରାର୍ଥୀ ଧରଣୀଧର ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନୁରୂପଭାବେ ଖଲିକୋଟ ବ୍ଲକର ୧୧ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ବିଜୁ ଜନତା ଦଳର ପ୍ରାର୍ଥୀ ସୁଲୁ ସ୍ୱାଇଁ, ୧୨ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ବିଜୁ ଜନତା ଦଳର ପ୍ରାର୍ଥୀ ଚନ୍ଦନା କୁମାରୀ ସେଠୀ, ୧୩ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ବିଜୁ ଜନତା ଦଳର ପ୍ରାର୍ଥୀ ବିନାୟକ ଜାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛତ୍ରପୁର ବ୍ଲକର ୨୦ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ପାଇଁ ସିପିଆଇ ଦଳର ପ୍ରାର୍ଥୀ ଏନ୍. ସୁକାନ୍ତ ଆଚାରୀ, ହିଂଜିଳି ବ୍ଲକ ୬୭ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ରୁନୁ ଦାସ ବୁଧବାର ନାମାଙ୍କନ ପତ୍ର ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ନିକଟରେ ଦାଖଲ କରିଛନ୍ତି । କୋଭିଡ କଟକଣା ଯୋଗୁଁ ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାର୍ଥି, ପ୍ରସ୍ତାବକ ଓ ସମର୍ଥକଙ୍କୁ କେବଳ ଅନୁମତି ରହିଛି । ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଛତ୍ରପୁର ସବଡିଭିଜନ ଅଧୀନରେ ଥିବା ସମସ୍ତ ବ୍ଲକର ଜିଲ୍ଲା ପରିଷଦ ଜୋନ ସଭ୍ୟ ନିମନ୍ତେ ପ୍ରାର୍ଥୀ ମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିବେ ।