ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୬୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଚାଲିଥିବା ନାମାଙ୍କନ ପତ୍ର ଦାଖଲର ଆଜି ଅନ୍ତିମ ଦିନରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ବିଭିନ୍ନ ଦଳର ୬୪ ଜଣ ଜିଲ୍ଲାପରିଷଦ ସଭ୍ୟ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି, କଂଗ୍ରେସ, ବିଜେପି, ଆମ୍ ଆଦମୀ ପାର୍ଟି, ସିପିଆଇ, ସିପିଆଇଏମ ଭଳି ବହୁ ଦଳର ପାର୍ଥୀ ମାନେ ଆଜି ନିଜ ନିଜ ନାମାଙ୍କନ ପତ୍ର ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ନିକଟରେ ଦାଖଲ କରିଛନ୍ତି । ସେଥି ମଧ୍ୟରୁ ବହୁ ଚର୍ଚ୍ଚିତ ଖଲ୍ଲିକୋଟ ବ୍ଲକର ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ ନିମନ୍ତେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ ଆଜି ବିକୁ ଜନତା ଦଳ ପକ୍ଷରୁ ବିଧାୟିକା ସୁର୍ଯ୍ୟମଣି ବୈଦ୍ୟଙ୍କ ଉପସସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଛତ୍ରପୁର ବ୍ଲକର ୨୦ ନମ୍ବର ଜିଲ୍ଲା ପରିଷଦ ଜିନ ନିମନ୍ତେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ନିଜ ନାମାଙ୍କନ ପତ୍ର ଉପଜିଲ୍ଲାପାଳ ଶ୍ରୀ ଭୋଇଙ୍କ ନିକଟରେ ଦାଖଲ କରିଛନ୍ତି । କୋଭିଡ କଟକଣା ଯୋଗୁଁ ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାର୍ଥି , ପ୍ରସ୍ତାବକ ଓ ସମର୍ଥକଙ୍କୁ କେବଳ ଅନୁମତି ରହିଥିଲା ।