ଛତ୍ରପୁର ଉପଜିଲ୍ଲାପାଳ ହେଲେ ନୀଳମାଧବ ଭୋଇ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଉପଜିଲ୍ଲାପାଳ ଭାବେ ସୋମବାର ନୀଳମାଧବ ଭୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଭୋଇ ପୂର୍ବରୁ ଛତ୍ରପୁର ତହସିଲଦାର ଭାବେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ପାଲଟିଥିଲେ । ତାଙ୍କ ପଦୋନ୍ନତି ହେବା ପରେ ସେ ଛତ୍ରପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୦୦ ବ୍ୟାଚ୍ ର ଓଏଏସ ଅଟନ୍ତି । ପ୍ରଥମେ ରାୟଗଡା, ଅନୁଗୁଳ, କେନ୍ଦ୍ରାପଡା ଓ ପରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତହସିଲଦାର ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଥିଲେ । ଶ୍ରୀ ଭୋଇ ଜଣେ ନିଷ୍ଠାପର, ଉଦ୍ୟମୀ ଓ ଦକ୍ଷତା ଭିତ୍ତିରେ ଗତ କରୋନାର ଲହରୀରେ ଛତ୍ରପୁର ରେ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ବୁଦ୍ଧିଜିବୀଙ୍କ ମହଲରେ ଖୁବ୍ ପ୍ରଶଂସନୀୟ ହୋଇଛନ୍ତି । ଏହା ସହିତ ପ୍ରଶାସନିକ ବିଭାଗରେ ଭୁୟସୀ ପ୍ରଶଂସା ଲାଭ କରିଛନ୍ତି । ଆଜି ସେ ଦାୟିତ୍ୱ ଗ୍ରହଣ କଲା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ଫୁଲ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି ।


