ଛତ୍ରପୁର ଏନଏସିରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ବୁଲି ଦେଖିଲେ ଇଓ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଏନଏସିରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତଦାରଖ କଲେ ଛତ୍ରପୁର ଏନଏସି କାର୍ଯୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ । ସହରର ୧ ନମ୍ବର ୱାର୍ଡ ପୁତି ଗୋପାଳପୁର ରେ ଥିବା ଡ୍ରେନେଜ ସମସ୍ୟା, ବିଦ୍ୟାଧର ନଗରରେ ଚାଲିଥିବା ଏକ ପାର୍କ ର କାର୍ଯ୍ୟ , ଷ୍ଟେସନ ରୋଡରେ ଚାଲିଥିବା ଏକ ସ୍ମଶାନର କାର୍ଯ୍ୟ ବୁଲି ତଦାରଖ କରିଥିଲେ । ଏହା ସହ ଜାତୀୟ ରାଜପଥରେ ଥିବା ଏମସିସି ଏମଆରଏଫ ରେ ସହରର ବିଭିନ୍ନ ଅଳିଆ ଆବର୍ଜନା ରୁ ଖତ ପ୍ରସ୍ତୁତ ହେଉଥିବା କାର୍ଯ୍ୟକୁ ମଧ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାବୁ ତଦାରଖ କରିଥିଲେ । ଏ ନେଇ ସ୍ଥାନୀୟ ବାସିନ୍ଦା ମାନଙ୍କ ସହିତ ଆଲୋଚନା କରି ଲୋକଙ୍କ ସମସ୍ୟା ବୁଝିଥିଲେ ।


