ଛତ୍ରପୁର ଏନଏସିରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର

ଛତ୍ରପୁର, (ଦେବଦତ୍ତ ମହାରଣା) : ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ କରାଯାଉଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ନାମାଙ୍କନ ପ୍ରତ୍ୟାହାର କାର୍ଯ୍ୟକ୍ରମ ରହିଥିଲା । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଏନଏସିରେ ଏନଏସି ଅଧ୍ୟକ୍ଷ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ ତାଙ୍କ ନାମାଙ୍କନ ପତ୍ରକୁ ପ୍ରତ୍ୟାହାର କରିଛନ୍ତି । ସେହିପରି ୬ ଜଣ କାଉନସିଲର ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା ସୂଚନା ମିଳିଛି । ଏନଏସି ଅଧ୍ୟକ୍ଷ ପାଇଁ ସ୍ୱାଧିନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ମିତା କୁମାରୀ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା ବେଳେ ୪ ନମ୍ବର ୱାର୍ଡ କାଉନସିଲର ପଦବୀ ପାଇଁ ସ୍ୱାଧିନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଶିବ ପ୍ରସାଦ ବେହେରା, ୫ ନମ୍ବର ୱାର୍ଡ କାଉନସିଲର ପାଇଁ କଂଗ୍‌ରେସ ଦଳର ନାମାଙ୍କନ ପତ୍ର ଦାଖଲ କରିଥିବା ମମତା ବେହେରା, ୬ ନମ୍ବର ୱାର୍ଡ କାଉନସିଲର ପାଇଁ ଭାରତୀୟ ଜନତା ପାର୍ଟିର ନାମାଙ୍କନ ପତ୍ର ଦାଖଲ କରିଥିବା ସଞ୍ଜୁକ୍ତା ଶବର, ୧୧ ନମ୍ବର ୱାର୍ଡ କାଉନସିଲର ପାଇଁ ସ୍ୱାଧିନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଇ. ପ୍ରମୋଦ କୁମାର, ୧୨ ନଂ ୱାର୍ଡ କାଉନସିଲର ପାଇଁ ସ୍ୱାଧିନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା କେ. ରାଜେଶ୍ୱରୀ ରେଡ୍ଡୀ ଓ ୧୩ ନଂ ୱାର୍ଡ ପାଇଁ ଭାରତୀୟ ଜନତା ପାର୍ଟିର ନାମାଙ୍କନ ପତ୍ର ଦାଖଲ କରିଥିବା ରଞ୍ଜନ କୁମାର ପାଢୀ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା ନିର୍ବାଚନ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ପୂର୍ବରୁ ଛତ୍ରପୁର ଏନଏସି ଅଧ୍ୟକ୍ଷା ପଦବୀ ପାଇଁ ୪ ଜଣ ପ୍ରାର୍ଥୀି ରହିଥିବା ବେଳେ ୪୩ ଜଣ କାଉନସିଲର ପ୍ରାର୍ଥିି ମୈଦାନରେ ରହିଥିଲେ କିନ୍ତୁ ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ୩ ଜଣ ଏନଏସି ଅଧ୍ୟକ୍ଷା ପ୍ରାର୍ଥିନୀ ଓ ବିଭିନ୍ନ ଦଳରୁ କାଉନସିଲର ପଦବୀ ନିମନ୍ତେ ୩୭ ଜଣ ନିର୍ବାଚନୀ ମୈଦାନରେ ରହିଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ