ଛତ୍ରପୁର ଏନଏସିର ୯ ଓ ୧୧ ନଂ ୱାର୍ଡରେ ବିଜେଡି  ପାଇଁ ପ୍ରଚାର କଲେ ସିନେ ଅଭିନେତ୍ରୀ ଅଙ୍କିତା

ଛତ୍ରପୁର, (ଦେବଦତ୍ତ ମହାରଣା) :ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଛତ୍ରପୁର ରେ ପ୍ରଚାର କାର୍ଯ୍ୟକ୍ରମ ସେତିକି ଜମୁଛି । ଭୋଟର ମାନଙ୍କୁ ଆକୃଷ୍ଠ କରିବା ଲାଗି ଛତ୍ରପୁର ର ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ସିନେ ତାରକା ମାନଙ୍କୁ ପ୍ରଚାର ମୈଦାନକୁ ଆଣି ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏନଏସିର ୯ ଓ ୧୧ ନଂ ୱାର୍ଡ ରେ ଛତ୍ରପୁର ବିଜୁ ଜନତା ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି । ଓଡିଆ ଫିଲ୍ଡ ଜଗତର ସିନେ ଅଭିନେତ୍ରୀ ଅଙ୍କିତା ଦାସ ଏହି ପ୍ରଚାରରେ ଷ୍ଟାର ପ୍ରଚାରକ ଭାବେ ସାମିଲ୍ ହୋଇ ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀ, ୯ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ପ୍ରିତିଛନ୍ଦା ସାମଲ ଓ ୧୧ ନଂ ୱାର୍ଡ କାଉନସିଲର ପ୍ରାର୍ଥିନୀ ସନ୍ତୋଷୀ ସେଠୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ଲୋକଙ୍କୁ ନିବେଦନ କରିଥିଲେ । ଚଳିତ ନିର୍ବାଚନରେ ପୁଣି ଥରେ ବିଜେଡି ସଫଳତା ହାସଲ କରିବ ବୋଲି ଅଭିନେତ୍ରୀ ସୁଶ୍ରୀ ଅଙ୍କିତା ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ପ୍ରଚାର ସମୟରେ ଛତ୍ରପୁର ନଗର ବିଜେଡି ସଭାପତି ବି.ରାଜୁବାବୁ, ଛତ୍ରପୁର ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଛାତ୍ର ବିଜେଡି ଜିଲ୍ଲା ସମ୍ପାଦକ କେ. ନାଗେଶ୍ୱର ରାଓ, ପୂର୍ବତନ ଏସଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, ଯୁବ ନେତା ସରୋଜ କୁମାର ସାମଲ,ସନମୁଖ ପଟ୍ଟନାୟକ, ଅହିଭୂଷଣ ସାହୁ, ସରକାରି ଓକିଲ ମନୋଜ କୁମାର ପାଢିଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ