ଛତ୍ରପୁର ଏନଏସି ପକ୍ଷରୁ ପୁଣି ଏକ ଦୋକାନ ସିଲ୍‌

ଛତ୍ରପୁର, (ଓ୍ବାଇଏନ୍ଏସ୍):ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତ ବିସ୍ଫୋରକ ସ୍ଥିତିରେ ପହଂଚିଲାଣି । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଥରେ ଘରକୁ ଘର ବୁଲି ସ୍କ୍ରିନିଂ ଟେଷ୍ଟ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାବାସୀଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ କାର୍ଯ୍ୟ କରାଯାଉଛି । ଜିଲ୍ଲାରେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବାକୁ କୁହାଯାଇଛି । ବଳକା ଦିନ ୧୨ରୁ ୭ଟା ୧୯ ଘଂଟା ସଟଡାଉନ ଘୋଷଣା କରାଯାଇଛି । ଜରୁରୀ କାମ ନଥିଲେ କୌଣସି ଲୋକ ବାହାରକୁ ନବାହାରିବା ନିମନ୍ତେ କୁହାଯାଇଛି । ଏହାସହ ଅମାନିଆ ମାନଙ୍କୁ ବିଭିନ୍ନ ପ୍ରକାର ସାବାଡ଼ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସି ପକ୍ଷରୁ ଲୋକମାନଙ୍କ ସୁରକ୍ଷା ନିମନ୍ତେ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ପୁଲିସ ଅଧିକାରୀମାନେ ବିଭିନ୍ନ ପ୍ରକାର ସଚେତନତା କରିଆସୁଛନ୍ତି । ତଥାପି ଅମାନିଆମାନେ ଏହାକୁ ବେଖାତିର କରି କୋଭିଡ଼ -୧୯ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି । ଆଜି ଏ ନେଇ ଛତ୍ରପୁର ଏନଏସି ପ୍ରଶାସନ ପକ୍ଷରୁ ଜଣେ ଦୋକାନୀଠାରୁ ଜରିମାନା ଆଦାୟ କରିବା ସହ କୋଭିଡ଼-୧୯ ନିୟମ ଉଲ୍ଲଙ୍ଘନ କରିବା ଓ ସାମାଜିକ ଦୂରତା ନରହିଥିବା ହେତୁ ୭ ଦିନ ପାଇଁ ସିଲ୍ କରାଯାଇଛି । ଏଥିରେ ଛତ୍ରପୁର ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଛତ୍ରପୁର ଏନଏସିର ଯୁଗଳ କିଶୋର ଦାସ, ଏସ.ଦାଲେୟା ରେଡ୍ଡି, କୃଷ୍ଣପ୍ରସାଦ ମହାପାତ୍ର, ପ୍ରଭାକର ବେହେରା ଏବଂ ବହୁ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ