ଛତ୍ରପୁର ଏନଏସି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ଏହି ଦିବସକୁ ଆଜି ଛତ୍ରପୁର ଏନଏସି ପକ୍ଷରୁ ଏକ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି । ପରିବେଶ ସୁରକ୍ଷା ନିମନ୍ତେ ସମସ୍ତଙ୍କୁ ସଚେତନତା କରାଯିବା ସହ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଡୁଡା ପିଡି ନୀଳମାଧବ ଭୋଇ, ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପ।ପା ରାଓ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଗ୍ରାମଜିତ ସାହୁଙ୍କ ସମେତ ସମସ୍ତ କାଉନସିଲର ମାନେ ହାତରେ ଝାଡୁ ଧରି ସହରର ବିଭିନ୍ନ ସ୍ଥାନକୁ ସଫେଇ କରିଥିଲେ । ଏହି ଅବସରରେ ମିଶନ ଶକ୍ତିର ସଦସ୍ୟା ମାନଙ୍କୁ ନେଇ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଷ୍ଟାଡିୟମ ପରିସରରେ ଗରିମା ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ବିଧାୟକଙ୍କ ଦ୍ୱାରା ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହା ସହିତ ମଧୁବାବୁ ପେନସନ ଯୋଜନା ହିତାଧିକାରୀ ମାନଙ୍କୁ ସେମାନଙ୍କ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା । ପରେ ପ୍ଲାଷ୍ଟିକ ବର୍ଜନ କରିବା ନେଇ ଶପଥ ପାଠ କରାଯାଇଥିଲା । ରାସ୍ତା ସଫେଇ ପାଇଁ ୩ ଟି ଗାଡିକୁ ଅତିଥି ମାନେ ଶୁଭାରମ୍ଭ କରିଥିଲେ । ଶେଷରେ ଏନଏସି ପକ୍ଷରୁ ଷ୍ଟାଡିୟମ ପରିସରରେ ଅତିଥି ମାନଙ୍କ ଦ୍ୱାରା ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ