ଛତ୍ରପୁର ଏନଏସି ପକ୍ଷରୁ ବେଆଇନ ପଲିଥିନ କାରବାର ଉପରେ ଚଢାଉ , ୭୮କେଜି ପଲିଥିନ୍ ଜବତ ଓ ୪୧ହଜାର ଜରିମାନା ଆଦାୟ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ବେଆଇନ ପଲିଥିନ୍ କରାବାର ଉପରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏନଏସି ପକ୍ଷରୁ ଆଜି ଛତ୍ରପୁର ସହରର ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇଛି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ନେତୃତ୍ୱ ରେ ସମସ୍ତ କର୍ମଚାରୀ ମାନେ ରିକାପଲ୍ଲୀ ଛକ ଠାରୁ ମଝିବଜାର ପର୍ଯ୍ୟନ୍ତ ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇ ୭୮କେଜି ପଲିଥିନ୍ ଜବତ କରିବାସହ ସେମାନଙ୍କ ଠାରୁ ୪୧ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଚଢାଉରେ ସ୍ୱାସ୍ଥ୍ୟ ଓ ପରିମଳ ନିରିକ୍ଷୀକ ଗୈାରହରି ପଣ୍ଡା, ଇଂ. ଜ୍ୟୋସ୍ନାମୟୀ ଜେନା ଓ ସୁଶାନ୍ତ କୁମାର ଷଡଙ୍ଗୀ , ଟେକ୍ସ କଲେକ୍ଟର ମିଜ୍ଜା ଖାନ୍, ଏସ୍.ଦାଲେୟା ରେଡ୍ଡୀ, କୃଷ୍ଣ ମହାପାତ୍ର, ପ୍ରଭାକର ବେହେରା, ଯୁଗଳ କିଶୋର ଦାସ, ଜି.ଜଗଦୀଶ ରେଡ୍ଡୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଏହି ଚଢାଉ ନୀୟମିତ ଜାରି ରହିବ ବୋଲି ଏନଏସି ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ