ଛତ୍ରପୁର ଏନଏସି ପକ୍ଷରୁ ମୋ ପୋଖରି ମୋ ଦାୟିତ୍ୱ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଓ ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଗତ ଅକ୍ଟୋବର ୧ ତାରିଖ ଠାରୁ ଜିଲ୍ଲାରେ ସ୍ୱଚ୍ଛତା ଓ ପ୍ଲାଷ୍ଟିକ ପଲିଥିନ୍ କୁନା ଏବଂ ମୋ ପୋଖରୀ ମୋ ଦାୟିତ୍ୱ ଭଳି ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ଏନଏସି ପକ୍ଷରୁ ସହରକୁ ପଲିଥିନ୍ ମୁକ୍ତ କରିବା ପାଇଁ ଏନଏସି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ପୁରୁଣାଲାଇନ ସାହି ନିକଟ ଗୌରୀ ଶଙ୍କର ମନ୍ଦିର ସମ୍ମୁଖରେ ଥିବା ପୋଖରୀର ଚତୁଃପାଶ୍ୱର୍କୁ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ,ଏନଏସି ର ପରିମଳ ନିରୀକ୍ଷକ ଗୌରହରି ପଣ୍ଡା, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଷଡଙ୍ଗୀ ଓ ଜୋସ୍ନାମୟୀ ଜେନା, ମନିଟରିଂ ଆଣ୍ଡ ଇଭୋଲେସନ୍ ଏକ୍ସପର୍ଟ ମନୋରଞ୍ଜନ ପାଣିଗ୍ରାହୀ, ସାନିଟେସନ୍ ଏକ୍ସପର୍ଟ ଶୁଭଶ୍ରୀ ତରାଇ, ବିନାୟକ ଜେଟି, ଶ୍ରୀମନ୍ତ ପାତ୍ର, ଏସ୍ ଦାଲେୟା ରେଡ୍ଡି ଙ୍କ ସମେତ ବହୁ ସ୍ୱଚ୍ଛ ସାଥି ମାନେ ଉପସ୍ଥିତ ରହି ସଫେଇ କରିଥିଲେ ।