ଛତ୍ରପୁର ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଛତ୍ରପୁର, ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ପୈାରୋହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସ୍ୱଚ୍ଛ ଓ ସବୁଜ ଛତ୍ରପୁର ଗଠନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ଶ୍ରୀ ସ୍ୱାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନୂତନ ପ୍ରକୋଷ୍ଠକୁ ଉଦ୍ଘାଟନ କରିଥିଲେ । ସନ୍ଧ୍ୟାରେ ସହରର ଚଣ୍ଡୀଛକଠାରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଆଦର୍ଶ ଛତ୍ରପୁର ଗଠନ ପାଇଁ ସବୁ ବର୍ଗର ଲୋକଙ୍କର ସହଯୋଗ କାମନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ଯୋଗ ଦେଇ ଆବର୍ଜନା ଗୁଡିକୁ ଏନଏସି ପକ୍ଷରୁ ପ୍ରକ୍ରିୟା କରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ସ୍ୱଚ୍ଛ ଛତ୍ରପୁର କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ବଣ୍ଟନ କରିଥିଲେ । ଜିଲ୍ଲା ବାହାରୁ ଆସିଥିବା ସ୍ୱନାମଧନ୍ୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ଏହି ସମସ୍ତ କାର୍ଯ୍ୟକ୍ରମକୁ ଏନଏସି ଅଫିସର କର୍ମଚାରୀ କୃଷ୍ଣଚନ୍ଦ୍ର ମହାପାତ୍ର,ଯୁଗଳ କିଶୋର ଦାସ.ଗୈାରହରୀ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟ ସବୁ ବର୍ଗର କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ