ଛତ୍ରପୁର ଏନଏସି ପରିସରରେ ମୋ ସରକାର ର ସ୍ୱତନ୍ତ୍ର କକ୍ଷ ଉଦ୍‌ଘାଟିତ

ଛତ୍ରପୁର; ବ୍ୟାପକ ପରିବର୍ତନ ପାଇଁ ଫାଇବ-ଟି କାର୍ଯ୍ୟକ୍ରମ ଅଧିନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ହେଉଛି ମୋ ସରକାର । ସରକାରୀ ଅଫିସ କୁ ବିଭିନ୍ନ ସେବା ପାଇଁ ଆସୁଥିବା ଜନସାଧାରଣଙ୍କ ପ୍ରତ୍ୟକ୍ଷ ମତାମତକୁ ବିକ୍ଷିପ୍ତ ଭାବରେ ସଂଗ୍ରହ କରାଯାଇ କର୍ମଚାରୀଙ୍କୁ ବ୍ୟବହାର ଓ ବୃତିଗତ ଦକ୍ଷତାରେ ପରିବର୍ତନ ଆଣିବା ଏହି ବ୍ୟବସ୍ଥାର ଲକ୍ଷ୍ୟ । ମୋସରକାର କାର୍ଯ୍ୟକ୍ରମ ନୂତନ ବର୍ଷ ଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଲାଗୁହେବ । ଏନେଇ ଗଂଜାମ ଜିଲ୍ଲାର ସଦରମହକୁମା ଏନଏସିରେ ମୋସରକାର କାର୍ଯ୍ୟକ୍ରମ ସଂପର୍କିତ ନିୟମକୁ ଫାଇବ-ଟି କାର୍ଯ୍ୟସୂଚୀ ଅନୁସାରେ ପାଳନ କରିବା ନିମନ୍ତେ ଏନଏସି ପରିସରରେ ଏକ ସ୍ୱତନ୍ତ୍ର କକ୍ଷକୁ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦଘାଟନ କରିଛନ୍ତି । ଏହାସହ ଏହି କାର୍ଯ୍ୟକ୍ରମ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ । ଏହାସହ କର୍ମଚାରୀ ମାନେ ଲୋକଙ୍କ ବିଭିନ୍ନ ସୁବିଧା କରିବା ଦିଗରେ କାର୍ଯ୍ୟକରିବା ଏବଂ ଲୋକମାନଙ୍କୁ ଉଚିତ ବ୍ୟବହାର କରିବା ଉପରେ ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏନଏସିର ପ୍ରଶାସନିକ ଅଧିକାରୀ ତଥା ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ଡୁଡା ପିଡି ସୁଦାମ ଚରଣ ମଣ୍ଡଳ , ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏନଏସିର ପକ୍ଷରୁ ମୋ ସରକାର ର ସ୍ୱତନ୍ତ୍ର କକ୍ଷରେ ଦ୍ୱାରା ହୋଲ୍ଡିଂ ଟିକସ, ବ୍ୟବସାୟ ଅନୁମତି ପତ୍ର ସମେତ ବିଭିନ୍ନ କାର୍ଯ୍ୟ ଏବଂ ମତାମତ, ଅଭିଯୋଗ ଶୁଣାଣୀ କାର୍ଯ୍ୟ ହେବ । ଏଥି ନିମନ୍ତେ କର୍ମଚାରୀ ଉପସ୍ଥିତ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ